ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର କାରଗେଡ଼ କରି ହସ୍ପିଟାଲ ନେଇଛି ପୋଲିସ । ସେଠାରେ ତାଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରିବେ । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମାମଲାରେ ତଦନ୍ତ କରୁଥିବାବେଳେ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ 20 କୋଟି ଟଙ୍କା ବାହାରିଥିଲା । ପରେ ଇଡି ଅର୍ପିତାଙ୍କ ସହ ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ତୃଣ ମୂଳ କଂଗ୍ରେସର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା । ଗିରଫ ପରେ ଅସୁସ୍ଥତା ଦର୍ଶାଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ପାର୍ଥ ।
ଚୋର ଚୋର କହି ପାର୍ଥ ଚାଟାର୍ଜୀଙ୍କୁ ଘେରିବାକୁ ଲୋକଙ୍କ ଉଦ୍ୟମ

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲା । ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରେ ପହଁଚିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ହ୍ୱିଲ୍ ଚେୟାରରେ ବସି ବିମାନ ବନ୍ଦର ବାହାରକୁ ଆସିବା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏମ୍ସକୁ ନିଆଯାଇଛି । ପାର୍ଥ ଚାଟାର୍ଜୀଙ୍କୁ ଦେଖି ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ । ଚୋର ଚୋର କହି ପାର୍ଥଙ୍କୁ ଘେରିବାକୁ ଲୋକେ ଉଦ୍ୟମ କରିଥିଲେ । ଭିଡ଼ ରୋକିବାକୁ ପୋଲିସ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା I
Download Argus News App
