ନୂଆଦିଲ୍ଲୀ ସ୍ଥିତ ଭାରତ ସରକାରଙ୍କ ପକ୍ଷରୁ ପରିଚାଳିତ ଜାତୀୟ ଅତ୍ୟାଧୁନିକ କଳା ସଂଗ୍ରହାଳୟ national gallery of modern art ର ଏକ ଶାଖା ଓଡ଼ିଶାରେ ଖୋଲିବ । ଏନେଇ ସୂଚନା ଦେଇଛନ୍ତି national gallery of modern art ର ଡିଜି ଆଦିତ୍ୟ ଗଡ଼ନାୟକ।
ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ଖୁବଶୀଘ୍ର ହେବାକୁ ବାକି ରହିଛି । ଖୁବଶୀଘ୍ର ଓଡିଶା ଗସ୍ତ କରି ଜାଗା ଚିହ୍ନଟ କରିବେ ମଡର୍ନ ଆର୍ଟ ଡିଜି ଆଦିତ୍ୟ ଗଡନାୟକ । ଓଡ଼ିଶାର ହସ୍ତ କଳା, ସଂକୃତି ଏବଂ ଲୁକ୍କାୟିତ କଳାକୁ ଲୋକଙ୍କ ସାମ୍ନାକୁ ଆଣିବା ସହିତ କଳାକାରଙ୍କୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ସେ କହିଛନ୍ତି ।
ଏପରି ଏକ କେନ୍ଦ୍ର ବହୁତ ଦିନ ପୂର୍ବରୁ ହୋଇଯିବା କଥା । ଓଡ଼ିଶାର ଅନେକ କଳା ଆଢୁଆଳରେ ରହି ଯାଉଛି । ଏ ସବୁ ସାଉଁଣ୍ଟି ବାର ବେଳ ଆସିଛି । ଏହାଛଡା ଆମର ନୂଆ ପିଢ଼ିର କଳାକାର ଅନେକ ଜାଗାରେ କାମ କରୁଛନ୍ତି ସେମାନଙ୍କର କାମ ଏଠି ପ୍ରଦର୍ଶିତ ହେବ । କେବେଳ ଓଡିଶା ନୁହେଁ ଏହି ସେଣ୍ଟର ବେଙ୍ଗଲ, ବିହାର, ଛତିଶଗଡ଼ ପୂର୍ବ ଭାରତ ପାଇଁ ମଧ୍ୟ କାର୍ଯ୍ୟ କରିବ ।

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଖୋଲିବ ମଡର୍ନ ଆର୍ଟ ଗ୍ୟାଲେରୀର ଏକ ଶାଖା । ଏନେଇ ସୂଚନା ଦେଇଛନ୍ତି modern art galery ଡିଜି । ଖୁବଶୀଘ୍ର ଓଡିଶା ଗସ୍ତ କରି ଜମି ଚିହ୍ନଟ କରିବେ national gallery of modern art ର ଡିଜି ଆଦିତ୍ୟ ଗଡ଼ନାୟକ ।

ବାଲେଶ୍ୱର: କାନ୍ଦି ପକାଇଲେ ଅଶ୍ୱିନୀ ବୈଷ୍ଣବ l ଶୁକ୍ରବାର ଦିନ ବାହାନଗାରେ ଘଟିଥିବା ଲୋମହର୍ଷ କାରି ରେଳ ଦୁର୍ଘଟଣାର 51 ଘଣ୍ଟା ପରେ ଚାଲିଲା ଅପ ଏବଂ ଡାଉନ ରେଳ ଚଳାଚଳ l କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ରାତି 10.30 ସମୟରେ ପରୀକ୍ଷା ମୂଳକ ଭାବରେ ସୋର ରୁ ବାଲେଶ୍ୱର ଅଭିମୁଖେ ଡାଉନ ରେଳ ଲାଇନରେ ଏକ ମାଲବାହି ଟ୍ରେନ କୁ ଯିବାପାଇଁ ହାତ ହଲାଇ ରେଳକୁ ଯିବା ପାଇଁ ସ୍ୱାଗତ କରିଥିଲେ l ସେହିପରି ରାତ୍ରି 11.55 ସମୟ ରେ ଖଡ଼କପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ମାଲବାହି ଟ୍ରେନ ଯାତ୍ରା କରିଥିଲା l
ଦେଖନ୍ତୁ ଭିଡିଓ : କାନ୍ଦି ପକାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କାନ୍ଦି ପକାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ …
ଏହାକୁ ମଧ୍ୟ ହାତ ହଲାଇ ସ୍ୱାଗତ କରିଥିଲେ l ପରେ ପରେ ରାତ୍ରିରେ 6 ଟି ଯାତ୍ରୀ ବାହି ଟ୍ରେନ ଚାଲିବା ନେଇ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l ଦୁଇ ରେଳ ଲାଇନ ରେ ଟ୍ରେନ ଚାଲିବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ କାନ୍ଦିପକାଇଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l
#WATCH | Balasore,Odisha:..."Our goal is to make sure missing persons' family members can find them as soon as possible...our responsibility is not over yet": Union Railway Minister Ashwini Vaishnaw gets emotional as he speaks about the #OdishaTrainAccident pic.twitter.com/bKNnLmdTlC — ANI (@ANI) June 4, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘନ ଘନ ସମୀକ୍ଷା ତଦାରଖ ପରେ 51 ଘଣ୍ଟା ଗଡ଼ିଲା ରେଳ l
ଅଧିକ ପଢନ୍ତୁ :ଦୁର୍ଘଟଣାର 51 ଘଣ୍ଟା ପରେ ଟ୍ରାକରେ ଚାଲିଲା ଟ୍ରେନ

କଟକ: ଆସୁଛି ରଜ । ଗାଁରୁ ସହର ସବୁଠି ଚାଲିଛି ପ୍ରସ୍ତୁତି । କିନ୍ତୁ ଆପଣ ଜାଣନ୍ତି କି ଏମିତି ଗାଁ ଅଛି, ଯେଉଁଠି ରଜର ପ୍ରାୟ ମାସେ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ଗାଁରେ ସ୍ବତନ୍ତ୍ର ଆଖଡ଼ା ଘର ନିର୍ମାଣ ସହ ନାଟ, ଗୀତ ପାଇଁ ଦିଆଯାଇଥାଏ ତାଲିମ ।
ରଜ କମିଟି ପକ୍ଷରୁ ଶିଶୁଙ୍କୁ ଦିଆଯାଉଛି ଗୀତ, ନାଚ ପ୍ରଶିକ୍ଷଣ । ଏହାସହିତ ପାରମ୍ପରିକ ପୁଚି ଖେଳ, ରଜ ଗୀତ ଓ ପିଠା, ପଣା ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି । ରଜ ପର୍ବର ପ୍ରାୟ ମାସେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହେଉଥିବା ନିଆରା ଗାଁ ହେଉଛି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକର ଗୋପପୁର ଗାଁ । ଆଖଡ଼ା ଘରେ କୁନୀ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏଠାରେ ପ୍ରତିବର୍ଷ ରଜପର୍ବ ତିନି ଦିନ ଧରି ପିଲାମାନେ ମଞ୍ଚରେ ପୌରାଣିକ ନାଟକ ଓ ନୃତ୍ୟ ପରିବେଷଣ କରିଥାନ୍ତି । ଗାଁରେ ବିଭିନ୍ନ ପ୍ରକାର ଦୋଳି ପଡ଼ିବା ସହ ପାରମ୍ପରିକ ପୁଚି ଖେଳ ଦର୍ଶକଙ୍କ ମନ ମୋହିଥାଏ । 12 ବର୍ଷ ହେବ ଗାଁରେ ଏପରି ନିଆରା ଢଙ୍ଗରେ ପାଳନ ହୋଇଆସୁଛି ରଜ ।
ଓଡ଼ିଶାର ଗଣପର୍ବ ରଜକୁ ଖାସ୍ କରି କୁଆଁରୀମାନେ ପାଳନ କରିଥାନ୍ତି । ରଜ ପର୍ବ ପାଳନ ସମୟରେ ଗାଁର କୁନୀ ଝିଅମାନେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଥାନ୍ତି । ରଜ ମହୋତ୍ସବକୁ ଧୂମଧାମରେ ପାଳନ କରିବା ପାଇଁ ଗ୍ରାମର ପ୍ରାୟ 50ରୁ 60ଜଣ ପିଲା ଦିନରେ 3ରୁ 4ଘଣ୍ଟା ଧରି ନାଚ, ଗୀତ ଅଭ୍ୟାସ କରୁଛନ୍ତି । ଗୋପପୁର ଗାଁରେ କମ୍ପୁଛି ଆଖଡ଼ା ଘର । ପରମ୍ପରାକୁ ବଞ୍ଚାଇବା ପାଇଁ ଗାଁ ଯୁବକଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ନୂଆଦିଲ୍ଲୀ: ଆଜି ବିଶ୍ବ ପରିବେଶ ଦିବସ । ଲୋକଙ୍କ ମଧ୍ୟରେ ପରିବେଶ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପାଳନ ହେଉଛି ପରିବେଶ ଦିବସ । ପ୍ରକୃତି ଆମ ଜୀବନର ଏକ ମୁଖ୍ୟ ଅଂଶ ଏବଂ ଏହାର ସୁରକ୍ଷା କରିବା ଆମର ଦାୟିତ୍ବ ।
ଅସହ୍ୟ ତାତିରେ କଲବଲ ହେଉଛି ମଣିଷ । ମୁନ୍ଦେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକ । ସମୁଦ୍ର ଆଁରେ ଲୀନ ହେଉଛି ଗାଁ କିନ୍ତୁ ଏବେ ବି ମଣିଷ ହୋଇପାରିନି ପରିବେଶ ମନସ୍କ । ପରିବେଶବିତଙ୍କ ସତର୍କ ବାଣୀ ସତ୍ତ୍ବେ ବଢ଼ିଚାଲିଛି ପ୍ଲାଷ୍ଟିକ ପ୍ରଦୂଷଣ ।
ପ୍ଲାଷ୍ଟିକ ଆବର୍ଜନାର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ପରିବେଶ ଦିବସର ଧିମ ରହିଛି ବିଟ୍-ପ୍ଲାଷ୍ଟିକ-ପଲ୍ୟୁସନ । ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଭବିଷ୍ୟତ ପାଇଁ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। ପରିବେଶପ୍ରତି ବିଶ୍ବବାସୀଙ୍କୁ ସଚେତନ କରିବା ପାଇଁ 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ପାଳନ ହେଉଛି ବିଶ୍ବ ପରିବେଶ ଦିବସ । ବୃକ୍ଷରୋପଣର ଆବଶ୍ୟକତା ପ୍ରତି ଲୋକଙ୍କୁ ସତେତନତାର ବାର୍ତ୍ତା ଦେଉଛି ଜାତିସଂଘ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2019ରେ ତାମିଲନାଡୁ ଗସ୍ତ ସମୟରେ ମାମଲ୍ଲାପୁରମ ବେଳାଭୂମିରୁ ପ୍ଲାଷ୍ଟିକ ଆବର୍ଜନା ଉଠାଇ ସାରା ବିଶ୍ବକୁ ସତେଚନାର ବାର୍ତ୍ତା ଦେଇଥିଲେ ।
କୋରାପୁଟର ପରିବେଶ ପ୍ରେମୀ ରବୀନ୍ଦ୍ର ରଣା ଲୋକଙ୍କୁ ପ୍ରକୃତି ପ୍ରତି ସଚେତନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଦୀର୍ଘ ୧୩ ବର୍ଷ ଧରି ପ୍ରକୃତିକୁ ବଞ୍ଚାଇବାକୁ ଜିଲ୍ଲାର ପ୍ରତି ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିର, ଅନୁଷ୍ଠାନରେ ଲକ୍ଷାଧିକ ବୃକ୍ଷ ରୋପଣ କରିଛନ୍ତି ରବୀନ୍ଦ୍ର ।
କେବଳ ଏତିକି ନୁହେଁ ଗାଁରୁ ଗାଁ ବୁଲି ବୁଲି ସଚେତନତା ଅଭିଯାନ ଜାରି ରଖିଛନ୍ତି। ସର୍ବେକ୍ଷଣ ମୁତାବକ, ସମୁଦ୍ରକୁ ବର୍ଷକୁ ପ୍ରାୟ ୧୩ ନିୟୁତ ଟନ୍ ପ୍ଲାଷ୍ଟିକ୍ ପଦାର୍ଥ ଯାଉଥିବାରୁ ୧ଲକ୍ଷ ସାମୁଦ୍ରିକ ଜୀବ, ୨ ନିୟୁତ ସାମୁଦ୍ରିକ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସହରାଞ୍ଚଳରେ ଗଦାଗଦା ବର୍ଜ୍ୟବସ୍ତୁ ପୋଡ଼ାଯିବାବେଳେ ସେଥିରୁ ଡାଇଅକ୍ସିନ୍ ଓ ଫ୍ୟୁରାନ୍ ଭଳି ବିଷାକ୍ତ ବାଷ୍ପ ନିର୍ଗତ ହୋଇ ଆଖପାଖରେ ରହୁଥିବା ଲୋକଙ୍କ ଭିତରେ କ୍ୟାନସର ଭଳି ମହାବ୍ୟାଧି ସୃଷ୍ଟି କରୁଛି।
ପ୍ରକୃତି ବିନା ମାନବ ଜୀବନ ସମ୍ଭବ ନୁହେଁ, କିନ୍ତୁ ଏହା ସତ୍ତ୍ବେ ଆମେ ପରିବେଶକୁ କ୍ଷତି ପହଞ୍ଚାଉଛୁ ଓ ବିକାଶ, ଆଧୁନିକତାର ଦୌଡ଼ରେ ପ୍ରକୃତିଠାରୁ ଦୂରେଇ ଯାଉଛୁ। ବିଶ୍ବ ପରିବେଶ ଦିବସରେ ଏବେଠାରୁ ପର୍ଯ୍ୟାବରଣ ସୁରକ୍ଷା ପାଇଁ ସରକାରଙ୍କ ସମେତ ସମସ୍ତ ଜନତା ଯତ୍ନବାନ ହେବା ଆବଶ୍ୟକ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
