ଶିକ୍ଷାଦାନ ଅଭିଜ୍ଞତା ଏବଂ ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଅଭିନବ କୌଶଳ ବିଷୟରେ ହୋଇଛି ଆଲୋଚନା । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଭାଷା ସହ ପରିଚୟ କରାଇବା ପାଇଁ ବିଭିନ୍ନ ଭାଷାରେ ସ୍ଥାନୀୟ ଲୋକକଥା ଶିଖାଇବାକୁ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିବିଧତା ଅନୁସନ୍ଧାନ କରିବା ପାଇଁ ଶିକ୍ଷାଗତ ଗସ୍ତରେ ନେଇପାରିବେ, ଯାହା ସେମାନଙ୍କ ଶିକ୍ଷଣରେ ସହାୟକ ହେବ ଏବଂ ସେମାନଙ୍କୁ ସେମାନଙ୍କ ଦେଶ ବିଷୟରେ ସାମଗ୍ରିକ ଭାବରେ ଜାଣିବାରେ ମଧ୍ୟ ସାହାଯ୍ୟ କରିବ । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି ।