ସମ୍ଭବତଃ ଭିଡିଓରେ ଥିବା ଏ ପିଲାଗୁଡାକ ଆଫ୍ରିକୀୟ ଉପମହାଦେଶର କୌଣସି ଗ୍ରାମାଞ୍ଚଳର। ଯେଉଁଠି ଭାରତୀୟ ସଙ୍ଗୀତ ପ୍ରତି ଏମାନେ ଅନୁରାଗ ରଖନ୍ତି। ଖାସ୍ ସେଇଥିପାଇଁ ହିନ୍ଦିର ବୋଲ୍ ନ ବୁଝି କୃଷ୍ଣକାୟ କୁନି କୁନି ପାଦ ଭୁଇଁରେ ନାଚୁଛି, ବିଭୋର ହୋଇ।
କେବଳ ଏହି ସଙ୍ଗୀତ ନୁହେଁ ପୂର୍ବରୁ ଭାଇରାଲ ହୋଇଥିଲା ଆଫ୍ରିକିୟ ଦୁଇ ଭାଇ-ଭଉଣୀଙ୍କ ଭିଡିଓ। ଯେଉଁମାନେ ଶୋସାଲ ମିଡିଆରେ ଭାରତୀୟ ଗୀତଗୁଡିକରେ ସୁନ୍ଦର ଭାବେ ରିଲ୍ସ କରି ଛାଡୁଥିଲେ। ଏବଂ ସେମାନଙ୍କ ଲୋକାଦୃତି ଏତେ ବଢି ଯାଇଥିଲା ଯେ, ଏକାଧିକ ଭିଡିଓ ମିଲିୟନ୍ ଛୁଇଁଥିଲା।
ଆଶା କରାଯାଉଛି, ଆପଣଙ୍କ ସାମ୍ନାରେ ଥିବା ଏହି ଭିଡିଓ ମଧ୍ୟ ମିଲିୟନ୍ ଛୁଇଁବ। କାରଣ ଅଳ୍ପ କେଇ ଘଣ୍ଟାରେ ଏହା ଭଲ ଭ୍ୟୁ ପାଇଛି। ଆଉ ଦର୍ଶାଇ ଦେଇଛି, ସଙ୍ଗୀତ ବୁଝିବା ପାଇଁ ନିର୍ଦ୍ଧିଷ୍ଟ ଭାଷା ବୁଝିବାର କୌଣସି ଆବଶ୍ୟକତା ନାହିଁ।