ଅଫତାବ ଶ୍ରଦ୍ଧାଙ୍କ ହତ୍ୟା ସ୍ୱୀକାର କରିଥିଲେ ମଧ୍ୟ ଶବକୁ ନଷ୍ଟ କରିବା ମାମଲାରେ ଭିନ୍ନ ଭିନ୍ନ ବୟାନ ଦେବାରେ ଲାଗିଛି। ସବୁ ରହସ୍ୟର ପର୍ଦ୍ଦାଫାସ ପାଇଁ ପୁଲିସ ଅଫତାବର ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ଟେଷ୍ଟରେ ଅଫତାବକୁ ୫୧ଟି ପ୍ରଶ୍ନ ପଚରାଯିବ। ଦିଲ୍ଲୀର ଆମ୍ୱେଦକର ହସ୍ପିଟାଲରେ ନାର୍କୋ ଟେଷ୍ଟ କରାଯିବା ସମ୍ଭାବନା ରହିଛି। ଏସବୁ ଭିତରେ ସ୍ୱତନ୍ତ୍ର ପୋଲିସ ଟିମ୍ ଅଫତାବର ସହକର୍ମୀ ଏବଂ ବନ୍ଧୁମାନଙ୍କୁ ତା ବାବଦରେ ପଚରାଉଚରା କରୁଛି।
ନାର୍କୋ ଟେଷ୍ଟ ହେଉଛି ନାର୍କୋ ଆନାଲିସିସ ଟେଷ୍ଟ । ଏଥିରେ ଯେଉଁ ବ୍ୟକ୍ତିଙ୍କର ଏହି ପରୀକ୍ଷା କରାଯିବ, ତାଙ୍କ ଶରୀରକୁ ସୋଡିୟମ ପେଂଟୋଥାଲ ନାମକ ଏକ ଡ୍ରଗ୍ ଛଡ଼ାଯାଏ । ଇଞ୍ଜେକସନ ମାଧ୍ୟମରେ ଏହି ଡ୍ରଗସ୍ ଅଭିଯୁକ୍ତ ଶରୀରକୁ ପଠାଯାଏ । ଫଳରେ ଅଭିଯୁକ୍ତ ଜଣକ ହିପ୍ନୋଟିକ ଅବସ୍ଥା ବା ସମ୍ମୋହିତ ସ୍ଥିତକୁ ଆସି ଯାଆନ୍ତି । ଏହି ଅବସ୍ଥାରେ ଜଣେ ବ୍ୟକ୍ତି କିଛି କାଳ୍ପନିକ କଥା ଭାବିବାକୁ ଅସମର୍ଥ ହୋଇଥାଏ । ଫଳରେ ମିଛ କହିପାରେ ନାହିଁ ।