ସ୍କୁଲରେ ମଧ୍ୟାନ୍ନ ଭୋଜନ ଖାଇ 15ରୁ ଅଧିକ ଛାତ୍ରୀ ଅସୁସ୍ଥ
ଭାରତୀୟ ଯୋଗଗୁରୁ ଅଷ୍ଟ୍ରେଲିଆରେ ଗିରଫ
ଭାରତୀୟ ଯୋଗଗୁରୁ ଅଷ୍ଟ୍ରେଲିଆରେ ଗିରଫ ହୋଇଥିବା ଜଣାପଡ଼ିଛି । ଆତ୍ମଘୋଷିତ ଯୋଗଗୁରୁ ସ୍ୱାମୀ ଆନନ୍ଦ ଗିରିଙ୍କୁ ବିଦେଶୀ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଅଷ୍ଟ୍ରେଲିଆର ସିଡନିରେ ଗିରଫ କରାଯାଇଛି ।
୩୮ ବର୍ଷ ବୟସ୍କ ଆନନ୍ଦ ଗିରି ଅଷ୍ଟ୍ରେଲିଆର ରୁଟୀ ହିଲଠାରେ ୨୦୧୮ ନଭେମ୍ବର ମାସରେ ଜଣେ ୩୪ ବର୍ଷ ମହିଳାଙ୍କୁ ଏବଂ ୨୦୧୬ରେ ୱେଷ୍ଟ ସିଡନିରେ ଜଣେ ୨୯ ବର୍ଷ ବୟସ୍କା ଯୁବତୀଙ୍କୁ ଯୋଗ ଶିକ୍ଷା ସମୟରେ ଦୁଷ୍କର୍ମ କରିଥିଲେ ବୋଲି ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ତାଙ୍କୁ ରିଭର ଷ୍ଟୋନ୍ ପୋଲିସ ଗିରଫ କରିଛି ।
Download Argus News App
