ଜାଣିବାକୁ ମିଳିଛି ଯେ ଚଢ଼ାଉ ବେଳେ ୩୦୮୯ କିଲୋଗ୍ରାମରୁ ଅଧିକ ଚରସ, ୧୫୮ କିଲୋ ମିଥାମଫେଟାମାଇନ୍ ଏବଂ ୨୫ କିଲୋଗ୍ରାମ ମର୍ଫିନ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଜାହାଜରେ ଥିବା ପାଞ୍ଚ ଜଣ କର୍ମଚାରୀ, ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି ।
ଅଧିକ ପଢନ୍ତୁ ଭାରତ ଖବର
ଅଧିକାରୀମାନେ ଏପର୍ଯ୍ୟନ୍ତ ଜବତ ହୋଇଥିବା ଡ୍ରଗ୍ସର ମୋଟ ମୂଲ୍ୟ ନିର୍ଦ୍ଦାରଣ କରିନାହାନ୍ତି, ନ୍ୟୁଜ୍ ଏଜେନ୍ସି ପିଟିଆଇ କହିଛି ଯେ ଅନ୍ତର୍ଜାତୀୟ ବଜାରରେ ଏକ କିଲୋଗ୍ରାମ ଚାରସର ମୂଲ୍ୟ ୭ କୋଟି ଟଙ୍କା ରହିଛି । ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି ।