ଏହି ଭିଡିଓରେ ଦେଖିବାକୁ ମିଳିଛି ଏକ ଫର୍ଚୁନର କାର ଭିତରୁ ଜଣେ ଯୁବକଙ୍କୁ ଟାଣି ନେଉଥିବାର ନଜର ଆସିଛନ୍ତି । ସେମାନେ ରାସ୍ତା ମଝିରେ ଯୁବକ ଜଣଙ୍କୁ ବିଧା, ଗୋଇଠା ମାରିଛନ୍ତି । ଆକ୍ରମଣ ସମୟରେ ପୀଡ଼ିତଙ୍କ ଜୋତା ମଧ୍ୟ ବାହାରକୁ ବାହାରି ରାସ୍ତାରେ ଛିନ୍ନଛତ୍ର ହୋଇ ପଡ଼ିଥିବାର ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ, ଜଣେ ଯୁବତୀ ଉକ୍ତ ଫର୍ଚୁନର୍ କାରରୁ ଓହ୍ଲାଇ ସେହି ବ୍ୟକ୍ତିଙ୍କ ଜୋତା ଉଠାଇଥିବାର ନଜର ଆସିଛନ୍ତି। ସେ ଜୋତାକୁ କାର ଭିତରେ ରଖୁଛନ୍ତି ।
ଅଧିକ ପଢନ୍ତୁ ଭାରତ ଖହର
ତା’ପରେ ପୀଡ଼ିତ ଯୁବକ ଜଣକ ଚାରିଆଡ଼କୁ ଚାହିଁ ଧୀରେ ଧୀରେ ଉଠିକରି କାର୍ ଭିତରକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଦେଖିବା ପରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିବା ବୋଲି ପୋଲିସ କହିଛି । ଏହାର ନମ୍ବର ପ୍ଲେଟକୁ ଚିହ୍ନଟ କରି ଗାଡିଟି ଚିହ୍ନଟ ହୋଇଥିବା ପୋଲିସ ସୂଚନା ଦେଇଛି । କାରରୁ ଟାଣି ଆଣି କାହିଁକି ପୀଡ଼ିତଙ୍କୁ ଏତେ ଲୋକ ନିର୍ଯାତନା ଦେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ପରେ ପୁଲିସ ପୀଡିତଙ୍କ ସହ ଯୋଗାଯୋଗ କରିଥିଲା ।