ଅଧିକ ପଢନ୍ତୁ :
ବର୍ଷା ର ସମ୍ଭାବନାକୁ ନେଇ ଆସନ୍ତା ୨୪ ଘଂଟାରେ ୬ ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ , ଗଜପତି ରାୟଗଡା କୁ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ । ସେହିପରି ଦୁଇଦିନ ଯାଏ ଶୁଖିଲା ପାଗ ରହିବା ସହ ୩୦ ତାରିଖ ପରଠୁଁ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷା ର ସମ୍ଭାବନା ରହିଛି । ୩୦ ତାରିଖ ଦିନ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଆଜି ଭୁବନେଶ୍ୱର ରେ ନିଅ ବର୍ଷା ହୋଇଥିବା ବେଳେ ରାଜଧାନୀରେ ଅସ୍ତବ୍ୟସ୍ତ ଜନଜୀବନ। ଖରାରରୁ ତ୍ରାହି ପାଇଁ ମୃଦୁପାନୀୟ ଦୋକାନରେ ଲାଗିଛି ଲୋକଙ୍କ ଭିଡ । ସେପଟେ ଗତା ୨୪ ଘଂଟାରେ କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥୁବା ବେଳେ ୧୩ ଟି ସହରରେ ୩୭ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ମୟୁରଭଞ୍ଜ ର ଉଦଳାରେରେ ସର୍ବାଧିକ ୨୧.୦ ମିମି ବର୍ଷା ରେକର୍ଡ ହୋଇଛି ସେହିପରି ବୌଦ୍ଧରେ ୩୮.୫ ସର୍ଵଚ ତାପମାତ୍ରା ରେକର୍ଡ ହୋଇଛି ।