କଂଗ୍ରେସର ଦୋମୁହାଁ ନୀତି ପଦାରେ ପଡ଼ିଲା । ପୁଣି ଛତିଶଗଡ଼ଠାରୁ ନିରାଶ ହେଲା ଓଡ଼ିଶା । ମହାନଦୀ ଜଳ ବିବାଦ ସମାଧାନ ହେବାର ନାଁ ଧରୁନି । ଛତିଶଗଡ଼ କଂଗ୍ରେସ ସରକାର ଓ ଓଡ଼ିଶା ବିଜେଡି ସରକାରଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ମହାନଦୀ ଜଳ ବିବାଦକୁ ନେଇ ବସିଥିବା ବୈଠକ ସମ୍ପୂର୍ଣ୍ଣ ବିଫଳ ହୋଇଛି ।
ତେବେ ଛତିଶଗଡ଼ର ପୂର୍ବ ବିଜେପି ସରକାର ବାରମ୍ବାର ଓଡ଼ିଶା ସରକାରଙ୍କୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବୈଠକ ଡାକିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗୁରୁତ୍ୱ ଦେଇନଥିଲେ । ଛତିଶଗଡ଼ ସରକାର ସହ ଆଲୋଚନା କରିବା ପରିବର୍ତ୍ତେ ଓଡ଼ିଶା ସରକାର ଲୋକ ଦେଖାଣିଆ ଆନ୍ଦୋଳନ ଆରମ୍ଭ କରିଥିଲେ । ଆନ୍ଦୋଳନରୁ କୌଣସି ଫାଇଦା ନମିଳିବାରୁ ଶେଷରେ ବାଧ୍ୟ ହୋଇ ଏବେ ଛତିଶଗଡ଼ କଂଗ୍ରେସ ସରକାର ସହ ଆଲୋଚନା କରିବାକୁ ରାଜି ହୋଇଥିଲେ । ଛତିଶଗଡ଼ ସରକାର ସହ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଏପଟେ ଓଡ଼ିଶାରେ କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ପାଇଁ ଳଢେଇ କରିବେ କହୁଛନ୍ତି କିନ୍ତୁ ସେପଟେ ଛତିଶଗଡ଼ କଂଗ୍ରେସ ସରକାର ମହାନଦୀ ବିବାଦ ସମାଧାନ କରିବାକୁ ଚାହୁଁନଥିବା ଜଣାପଡ଼ିଛି ।
