ବ୍ରଜରାଜନଗରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲା ବେଳେ, ନବଙ୍କୁ ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। । ଗୁଳି ତାଙ୍କ ଛାତିରେ ବାଜି ଆରପାର ହୋଇଯାଇଥିଲା। ତୁରନ୍ତ ତାଙ୍କୁ ଭୁବନେଶ୍ବରକୁ ଏୟାର ଲିଫି୍ଟ କରି ଅଣାଯାଇଥିଲା। ଏସସିବି, କ୍ୟାପିଟାଲ ହସ୍ପିଟାଲ ତଥା ଏକ ଘରୋଇ ଚିକିତ୍ସାଳୟର ଡାକ୍ତରୀଟିମ୍ ତାଙ୍କ ଚିକିତ୍ସାରେ ଲାଗିଥିଲେ।
ଶତଚେଷ୍ଟା ସତ୍ବେ ତାଙ୍କୁ ବଞ୍ଚାଇ ପାରିଲାନି ଡାକ୍ତରୀ ଟିମ୍। ଜୀବନ ଯୁଦ୍ଧରେ ହାରିଗଲେ ମନ୍ତ୍ରୀ ନବ କିଶୋର ଦାସ। ବ୍ରଜରାଜନଗର ଏସଡିପିଓ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି। ହେଲେ କାରଣ ଏବେ ବି ଅସ୍ପଷ୍ଟ ରହିଛି।