ଅର୍ଗସ ବ୍ୟୁରୋ: ଟି-୨୦ ୱାନଡେ ହେଉ ଅବା ଟେଷ୍ଟ। ସବୁଠି ରୋହିତ ଶର୍ମାଙ୍କ ସୁପର ସୋ। ଅର୍ଥାତ ସବୁଠି ହିଟ୍ମ୍ୟାନ୍ ରୋହତିଙ୍କ ରାଜ୍ । ବିଶ୍ବ କ୍ରିକେଟରେ ରାଜ୍ କରୁଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ରେକର୍ଡ ପରେ ରେକର୍ଡ କରୁଛନ୍ତି ୩୭ ବର୍ଷରେ ବି ରୋହିତଙ୍କ ଜଲୱା ଦେଖୁଛି ସାରା ବିଶ୍ବ। ଆଉ ଏହାରି ଭିତରେ କ୍ରିକେଟର ସବୁଠୁ ଗୁରୁତ୍ବପୂର୍ଣ୍ଣ ଫର୍ମାଟ ଟେଷ୍ଟରେ, ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟପ୍ ୫କୁ ଏଣ୍ଟ୍ରି ମାରିଛନ୍ତି ରୋହିତ ଶର୍ମା। ଆଲୋଚନାର ପ୍ରସଙ୍ଗ ରହିଛି ଟପ୍-୫ରେ ରୋହିତ ରାଜା।
ଟିମ୍ ଇଣ୍ଡିଆ ଆଗକୁ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ।ଆଉ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ଖୁସି ଖବର । ଆଇସିସି ଟେଷ୍ଟ ମାନ୍ୟତା ଜାରି କରିଛି,ଚମକିଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟର,ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ୭୫୨ ପଏଣ୍ଟ ସହ ଟପ୍ ୫କୁ ଏଣ୍ଟ୍ରି ମାରିଛନ୍ତି ରୋହିତ । ଟେଷ୍ଟରେ ମଧ୍ୟ ରୋହିତଙ୍କ ସୁପର ସୋ ଦେଖିବାକୁ ମିଳିଛି। ସେ ୫୯ଟି ଟେଷ୍ଟ ମ୍ୟାଚ୍ ଖେଳି ୪ହଜାର୧୩୭ରନ୍ କରିଛନ୍ତି,ତାଙ୍କର ଏଭେରେଜ୍ ୪୫ରୁ ଅଧିକ ରହିଛି। ହାଏଷ୍ଟ ସ୍କୋର ୨୧୨ ରହିଛି। ଟେଷ୍ଟରେ ୧୨ଟି ଶତକ,୧୭ଟି ଅର୍ଦ୍ଧଶତକ ରହିଛି। ସେ ଟେଷ୍ଟରେ ୮୪ ଛକା,୪୫୨ ଚୌକା ମାରିଛନ୍ତି।
୨୦୨୧ ସେପ୍ଟେମ୍ବର ପରେ ପ୍ରଥମଥର ପାଇଁ ରୋହିତ ଶର୍ମା ରାଙ୍କିଙ୍ଗର ଟପ୍ ୫ ଖେଳାଳିଙ୍କ ମଧ୍ୟରେ ରହିବାକୁ ସକ୍ଷମ ହୋଇଛନ୍ତି। ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ରୋହିତ ମଧ୍ୟ ୨ଟି ଶତକ ସହ ୪୦୦ ରନ ହାସଲ କରିଥିଲେ। ଦିନିକିଆରେ ମଧ୍ୟ ବିଶ୍ବ କ୍ରିକେଟରେ ରୋହିତ ୭୬୫ ପଏଣ୍ଟ ସହ ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଏଣ୍ଟ୍ରି ମାରିଛନ୍ତି । ତେବେ ଖୁବଶୀଘ୍ର ପ୍ରଥମ ସ୍ଥାନ ହାସଲ କରିବା ପାଇଁ ତାଙ୍କ ପାଖରେ ସୁଯୋଗ ରହିଛି । ଭାରତର ନଂ ୧ ବ୍ୟାଟର ହୋଇପାରିଛନ୍ତି ଦିନିକିଆରେ ରୋହିତ । ୨୬୫ ଦିନିକିଆ ମ୍ୟାଚ୍ ଖେଳି ୧୦ ହଜାର ୮୬୬ ରନ୍ ସଂଗ୍ରହ କରିଛନ୍ତି। ସେଥିରେ ରହିଛି ୩୧ଶତକ,୫୭ଟିଅର୍ଦ୍ଧଶତକରହିଛି,ଦିନିକିଆରେ ୩ଟି ଦ୍ବିଶତକ ହାସଲ କରିଛନ୍ତି ରୋହିତ। ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୬୪। ଟି-୨୦ରେ
୧୫୯ ମ୍ୟାଚ୍ ଖେଳି ୪ହଜାର ୨୩୧ ରନ୍ କରିବା ସହ ସବର୍ଚ୍ଚୋ ସ୍କୋର ରହିଛି ୧୨୧,୫ଟି ଶତକ ୩୨ଟି ଅର୍ଦ୍ଧଶତକ ରହିଛି।
ସବୁବେଳେ ଶାନ୍ତ ରୋହିତ କିନ୍ତୁ ପଡିଆକୁ ଓହ୍ଲାଇଲେତାଙ୍କ ବ୍ୟାଟ୍ ହୋଇଯାଏ ଅଶାନ୍ତ,ପ୍ରତିପକ୍ଷ ଟିମର ହଜାଇ ଦିଅନ୍ତି ସେ ନିଦ,ସେଇଥିପାଇଁ ତ ଫ୍ୟାନ୍ ଙ୍କ ହୃଦୟର ରାଜା ରୋହିତ ଶର୍ମା । ଅନ୍ୟପଟେ ଟେଷ୍ଟ ରାଙ୍କିଙ୍ଗ ରୋହିତ ଟପ୍ ୫ରେ ଥିବାବେଳେ ୭୪୦ ପଏଣ୍ଟ ସହ ଯୁବ ଓପନର ଯଶସ୍ୱୀ ଜୈସୱାଲ ୬ଷ୍ଠ,ବିରାଟ କୋହଲି
୭୩୭ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଜୈସୱାଲ ସିରିଜରେ ରେକର୍ଡ ୭୧୨ ରନ କରିବା ସହ ୨ଟି ଶତକ ଓ ୩ଟି ଅର୍ଦ୍ଧଶତ ମାରିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡର ଜୋ ରୁଟ ପୂର୍ବଭଳି ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ କେନ ୱିଲିୟମସନ ରହିଛନ୍ତି