ଏହା ସହିତ ଜିଲ୍ଲାସ୍ତରରୁ ନେଇ ବୁଥ୍ ସ୍ତର ପର୍ଯ୍ୟନ୍ତ ଦୀର୍ଘ ୬ଦିନ ବ୍ୟାପୀ ବାଇକ ରାଲି କରାଯାଇ ଯୁବ ଭାଇ ଓ ଭଉଣୀମାନେ ରାତ୍ରୀଯାପନ କରି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ଆଲୋଚନା କରିବେ । ସେହିପରି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବାକୁ ଥିବା ନୂତନ ଭୋଟରଙ୍କ ସହ ସଂପର୍କ ସ୍ଥାପନା କରାଯିବ । ନୂଆ ମତଦାତାଙ୍କୁ ଆଗାମୀ ଦିନରେ ଭାରତ ସରକାରଙ୍କର ବିଭିନ୍ନ ଗବେଷଣା ଓ ପଲିସି ନିର୍ଦ୍ଧାରଣ କାର୍ଯ୍ୟରେ ତାଙ୍କୁ ଭାଗିଦାର କରିବାର ଯୋଜନା ରହିଛି । ଅନଲାଇନ୍ କୁଇଜ୍ ପ୍ରତିଯୋଗିତାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଜୁନ୍ ମାସ ୩୦ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟକ୍ରମକୁ ଭାରତୀୟ ଜନତା ଯୁବମୋର୍ଚ୍ଚା ସୂଚାରୁ ରୂପେ ଅନୁଷ୍ଠିତ କରିବ । ୨୦୨୪ରେ ପୁନର୍ବାର ନରେନ୍ଦ୍ର ମୋଦି ସରକାର ଗଠନ କରିବାରେ ଯୁବକମାନଙ୍କର ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ସର୍ବପ୍ରଥମେ ଗତ ୨ ତାରିଖ ଦିନ ଘଟିଯାଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ହାୱାଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ଦୁଃଖଦାୟକ ଦୁର୍ଘଟଣାରେ ବହୁ ଯାତ୍ରୀ ମୃତାହତ ହୋଇଛନ୍ତି । ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ଅନେକ ଯାତ୍ରୀ ମଧ୍ୟ ସୋର, ବାଲେଶ୍ୱର, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାଟି ଓଡିଶା ନୁହେଁ ଓଡିଶା ବାହାରେ ଥିବା ଯାତ୍ରୀ ମାନଙ୍କର ପରିବାର ଓ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦୁଃଖଦପୂର୍ଣ୍ଣ ଘଟଣା ଅଟେ । ସାରା ଭାରତବର୍ଷ ଏବଂ ଭାରତ ବାହାରେ ମଧ୍ୟ ଅନେକ ରାଷ୍ଟ୍ରରୁ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ସ୍ଥାନୀୟ ସମସ୍ତ ଯୁବ ବନ୍ଧୁ ନିଜ ଆଡୁ ସ୍ୱତଃପ୍ରବୃତ୍ତ ଭାବେ ଦୁର୍ଘଟଣାଗସ୍ତ ଯାତ୍ରୀ ଏବଂ ତାଙ୍କ ସଂପର୍କୀୟମାନଙ୍କୁ ସାହାଯ୍ୟ ଓ ସୁବିଧା କରିବା ସହିତ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସହଯୋଗର ହାତ ବଢାଉଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅନ୍ୟ ନେତୃତ୍ୱବୃନ୍ଦ ଓ ସାଧାରଣ ଲୋକେ ମିଳିମିଶି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ସହିତ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଆହତଙ୍କ ସେବା କାର୍ଯ୍ୟ ଜାରି ରଖିଥିବାରୁ ସେମାନଙ୍କୁ ଶ୍ରୀ ଆଚାର୍ଯ୍ୟ କୃତଜ୍ଞତା ଓ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ନୀତି ଅନୁସନ୍ଧାନ ଓ ପ୍ରଶିକ୍ଷଣ ରାଜ୍ୟ ସଂଯୋଜକ ରାଣା ପୃଥ୍ୱୀରାଜ ସିଂ, ସୋସିଆଲ୍ ମିଡିଆ ରାଜ୍ୟ ସଂଯୋଜକ ସ୍ମରଜିତ୍ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଳିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ ରାଜନୀତି ଖବର