ଅଧିକ ପଢନ୍ତୁ : ଯିଏ ଜନତାକୁ ଲୁଟିଛି, ତାକୁ ସବୁକିଛି ଫେରାଇବାକୁ ପଡ଼ିବ : ମୋଦିଙ୍କ ଗ୍ୟାରେଣ୍ଟି
ସେପଟେ ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ ନେଇ ବଡ଼ ଅଭଯୋଗ କରିଛି ବିଜେପି । ଦଳର ମୁଖପାତ୍ର ମନୋଜ ମହାପାତ୍ର ଘଟଣାର ସିବିଆଇ ତଦନ୍ତ ଦାବି ନ କରିଛନ୍ତି । ଅଭିଯୋଗ କରିଛନ୍ତି ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା । ସାହୁ ବ୍ରଦର୍ସଙ୍କର ଟିଟଲାଗଡ଼, ସୋନପୁର, ବୌଦ୍ଧା ରାୟଗଡ଼ାର ମନ୍ତ୍ରୀ ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି । ଏବେ ସନ୍ଦେହ ଘେରରେ ମନ୍ତ୍ରୀ ଟୁକୁନି ସାହୁ, ନିରଞ୍ଜନ ପୂଜା, ପ୍ରଦୀପ ଅମାତ, ସୁଶାନ୍ତ ସିଂହ ପ୍ରମୁଖ । ଏବେ ସିବିଆଇ ଇଡି ଘାଣ୍ଟିଲେ ଫସିବେ ବିଜେଡି ନେତା-ମନ୍ତ୍ରୀ-ବିଧାୟକ ।
ଧୀରଜ ସାହୁ ହେଉଛନ୍ତି ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ତାଙ୍କ ପୁଅ ହର୍ଷିତ ଓ ପୁତୁରା ରିତେଶ ସାହୁ ବି ବୁଝୁଛନ୍ତି ମଦ ବେପାର । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାରେ ମଦ ବେପାର । ବଡ଼ ପ୍ରଶ୍ନ ଏତେ ଟଙ୍କାର ସାମ୍ରାଜ୍ୟ ପଛରେ ପ୍ରୋତ୍ସାହନ କାହାର, ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ବେପାର, ଶହ ଶହ କୋଟି ବିଜେଡି ଖର୍ଚ୍ଚ କରିଥାନ୍ତା କି ନିର୍ବାଚନରେ ।