ଏହି ପୂଜ୍ୟ ଏବଂ ଯୋଗ୍ୟର ଆଦର ଏବଂ ସମ୍ମାନ କରିବା ପିଓଭିଏସର ଏକ ମହନୀୟ କାର୍ଯ୍ୟ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୁରସ୍କାରରେ ଭୁଷିତ ବୈଜ୍ଞାନିକ ଡାଃ ଆଦିତ୍ୟ ପ୍ରସାଦ ଦାଶ, ବିଶିଷ୍ଟ ଗାୟିକା ଶ୍ରୀମତୀ ଶ୍ୟାମାମଣି ଦେବୀ, ବାବା ବଳିଆ ଏବଂ ବିଶିଷ୍ଟ ସାହିତ୍ୟିକ ଶ୍ରୀ ନୃସିଂହ ପ୍ରସାଦ ଗୁରୁଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ପିଓଭିଏସ୍ ପୃଷ୍ଠପୋଷକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ରାଜେଶ ଶର୍ମାଙ୍କ ସହ, ଶ୍ରୀ ବିଶ୍ୱଜିତ୍ ବାରିକ୍, ପୂର୍ବ ଉପସଭାପତି, ଶ୍ରୀ ପ୍ରଦ୍ୟୁମ୍ନ ବିଶ୍ଵାଳ, ଶ୍ରୀ ପୀୟୂଷ ମହାପାତ୍ର, ଶ୍ରୀ କମଳେନ୍ଦୁ ନାୟକ, ସହ ସମ୍ପାଦକଙ୍କ ଦ୍ଵାରା ମାନପତ୍ର ପ୍ରଦାନ ତଥା ସମ୍ବର୍ଦ୍ଧନା ଦିଆଯାଇଥିଲା।
ସଂଗଠନର ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ମିଶ୍ର ସମ୍ଵର୍ଦ୍ଧନା ସଭାର ସଭାପତିତ୍ୱ କରି ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀମତୀ ବିଜୟା ନବମୀ, ସାଧାରଣ ସମ୍ପାଦିକା। ସମ୍ବର୍ଦ୍ଧନାର ଉତ୍ତରରେ ମହାନ ବିଭୂତି ମାନେ ସେମାନଙ୍କର ଜୀବନରେ କେଉଁ ମାର୍ଗ ଦେଇ ସେ କାର୍ଯ୍ୟରତ ଥିଲେ ଏବଂ କିପରି ଉପଲବ୍ଧି ପ୍ରାପ୍ତ କରିଛନ୍ତି ସେ ବିଷୟରେ କହିଥିଲେ।