ସମଗ୍ର ବିଶ୍ୱରେ ଭାରତ ତାର ପ୍ରଭାବ ରୂପକ ମୟାଜାଲକୁ ବିଛାଇବା ଆରମ୍ଭ କରିଦେଇଛିବୋଲି କହିଛନ୍ତି ବିଶିଷ୍ଟ ସ୍ତମ୍ଭକାର ଶେହଜାଦ ଚୌଧୁରୀ। ସେ ଆହୁରି ମଧ୍ୟ ଲେଖିଛନ୍ତି କି , ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଭିତରେ ଭାରତ ପ୍ରଗତି ପଥରେ ଯଥେଷ୍ଟ ଅଗ୍ରଗତି କରିଛି। ତାହା କେବଳ ସମ୍ଭବ ହୋଇଛି ମୋଦିଙ୍କ ଦୂରଦୃଷ୍ଟି ତଥା ସଫଳ ନେତୃତ୍ୱ ଯୋଗୁ। ବିଶ୍ୱ ମଞ୍ଚରେ ଭାରତର ପ୍ରଭାବ ବଢ଼ିବାରେ ଲାଗିଛି। ସବୁଠାରୁ ବଡକଥା ହେଉଛି ଭାରତ ଯାହା ଚାହୁଁଛି ମୋଦି ତାହା କରିପାରୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
କେବଳ ଏତିକି ନୁହେଁ ମୋଦିଙ୍କ ନୋତୃତ୍ୱ ଯୋଗୁଁ ଭାରତର ବିଦେଶ ନୀତି ମଧ୍ୟ କୁଶଳତାର ସହ ଆଗେଇ ଚାଲିଛି। ବିଶ୍ୱର ପ୍ରମୁଖ ନିବେଶକମାନେ ବର୍ତ୍ତମାନ ଭାରତକୁ ସେମାନଙ୍କର ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଗ୍ରହଣ କରିଛନ୍ତି। ଭାରତର ଜିଡିପି ୩ ଟ୍ରିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି। ଭାରତର କୃଷି ଓ ଆଇଟି ଉଦ୍ୟୋକ ମଧ୍ୟ ଏକ ବଡ ଉତ୍ପାଦକ ହୋଇପାରିଛି।
ଭାରତର ଜନସଂଖ୍ୟା ୧୪୦ କୋଟିରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ଅପେକ୍ଷାକୃତ ସ୍ଥିର, ସୁଶାସନ ଓ କର୍ମତତ୍ପର ରାଜନୀତି ପ୍ରତିଷ୍ଠା ହୋଇପାରିଛି। ଭାରତର ଶାସନ ପ୍ରଣାଳୀ ସମୟର କଷଟି ପଥରରେ ପରିମାର୍ଜିତ ହୋଇଛି। ଭାରତକୁ ବ୍ରାଣ୍ଡ କରିବା ଲାଗି ମୋଦି ଏଭଳି କିଛି କରିଛନ୍ତି ଯାହାକି ପୂର୍ବରୁ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ କରିନଥିଲେ।