କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ଏକ ବିବୃତ୍ତି ଜାରି ହୋଇଛି। ଯେଉଁଥିରେ କୁହାଯାଇଛି, ମାର୍ଚ୍ଚ ୩୧, ୨୦୨୩, ପୂର୍ବରୁ ଆଧାର ସହିତ ଲିଙ୍କ୍ ହୋଇ ନ ଥିବା ପ୍ୟାନ୍ ଅଚଳ ହୋଇଯିବ। ଯଦି କୌଣସି ବ୍ୟକ୍ତି ୨୦୨୩ ମସିହା ମାର୍ଚ୍ଚ ମାସ ୩୧ତାରିଖ ପୂର୍ବରୁ ଆଧାର ସହିତ ତାଙ୍କର ପ୍ୟାନ୍ କାର୍ଡକୁ ଲିଙ୍କ୍ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କ ପ୍ୟାନ କାର୍ଡ ରଦି କାର୍ଡ ହୋଇଯିବ। କୌଣସି କାମରେ ଲାଗିବ ନାହିଁ।
ଆଧାର ଲିଙ୍କ ନ ଥିଲେ ଆପଣଙ୍କ ପ୍ୟାନ୍ କାର୍ଡକୁ ଅବୈଧ ବୋଲି ଧରି ନିଆଯିବ। ଏହାକୁ ଆପଣ କୌଣସି କାମରେ ଲଗାଇ ପାରିବେ ନାହିଁ। ବିଶେଷ ଭାବେ ବ୍ୟାଙ୍କରେ ଏହାର ବ୍ୟବହାର ସମ୍ପୁର୍ଣ୍ଣ ପ୍ରତିବନ୍ଧିତ ରହିବ। ସମ୍ପ୍ରତି ଷ୍ଟକ୍, ମ୍ୟୁଚୁଆଲ୍ ଫଣ୍ଡ, ବ୍ୟାଙ୍କ ଋଣ ଭଳି ବିତ୍ତିୟ କାରବାର ପାଇଁ ପ୍ୟାନ କାର୍ଡ ବାଧ୍ୟତା ମୂଳକ ରହିଛି। ଏଣୁ ଆଗାମୀ ଦିନରେ ଯଦି ଆପଣଙ୍କ ପ୍ୟାନ-ଆଧାର ଏକତ୍ର ଲିଙ୍କ ନ ହୁଏ ତେବେ ଆପଣ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ। ଏହାକୁ କୌଣସି କାରବାରରେ ବ୍ୟବହାର କରାଯାଇ ପାରିବ ନାହିଁ।
କିନ୍ତୁ ବିଶେଷ ଭୟ କରିବାର କୌଣସି ସମ୍ଭାବନା ନାହିଁ। ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଆପଣ ଏହାକୁ ଲିଙ୍କ କରାଇଦେଲେ ଭଲ। ଯଦି ଏହି ଅବଧୀରେ ଆପଣ ଲିଙ୍କ କରିବାରେ ବିଫଳ ହେଉଛନ୍ତି, ତେବେ ଏହା ପରେ କରିପାରି। କିନ୍ତୁ ଏଥିପାଇଁ ଆପଣଙ୍କୁ ୧ହଜାର ଟଙ୍କାର ଜରିମନା ପଇଠ କରିବାକୁ ପଡିବ।
ଭାରତ ଖବର ଆହୁରି ପଢ଼ନ୍ତୁ ।