ଅର୍ଗସ ବ୍ୟୁରୋ : ବକ୍ସ ଅଫିସରେ କମାଲ କରୁଛି ପଠାନ । ହଲ ସାମ୍ନାରେ ଦର୍ଶକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି । ପଠାନ ମୁଭିରେ ଶାହାରୁଖଙ୍କ ଦମଦାର ଅଭିନୟକୁ ଦର୍ଶକ ଭୂରିଭୂରି ପ୍ରଶଂସା କରିଛନ୍ତି । ୨ ଦିନରେ ୧୫୦ କୋଟିରୁ ଅଧିକ କଲେକ୍ସନ କରିଛି ଏହି ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ଶାହାରୁଖଙ୍କ କ୍ୟାରିଅରରେ ମଧ୍ୟ ଏକ ବଡ ସଫଳତା ଦେଖିବାକୁ ମିଳିଛି । ଲକଡାଉନ ପୂର୍ବରୁ ୨୦୧୮ ରେ ଶାହାରୁଖ ଖାନଙ୍କ ଏକ ଫିଲ୍ମ ‘ଜୀରୋ’ ଫ୍ଲପ ହେବାପରେ ଅନେକ ଦର୍ଶକ କହିଥିଲେ ଶାହାରୁଖଙ୍କ ହିଟ ଫିଲ୍ମ ଆଉ ଆସିବ ନାହିଁ । ସେ ଏଥର ସହ କଳାକାର ଭାବେ ନଜର ଆସିବେ । ହେଲେ ‘ପଠାନ’ ଆସିବା ପରେ ଏହା ଦର୍ଶକଙ୍କୁ ଏକଦମ ତାଜୁବ କରିଦେଇଛି । ଏଥିରେ ଶାହାରୁଖ ଖାନଙ୍କ ଜବରଦସ୍ତ ଅଭିନୟକୁ ଲୋକେ ବେଶ ପ୍ରଶଂସା କରିଛନ୍ତି ।
ଏହି ଫିଲ୍ମର ଏକ ସିନରେ ଶାହାରୁଖଙ୍କ ସହ ନଜର ଆସିଥିଲେ ସଲମନ ଖାନ । ଫିଲ୍ମର ଏହି ଦୃଶ୍ୟକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି । ଏହି ସିନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅନେକ ଦର୍ଶକ କେବଳ ଏଇ ସିନ ଦେଖିବା ପାଇଁ ହିଁ ଫିଲ୍ମ ଦେଖିବାକୁ ଯାଇଥିଲେ । ଏଥିସହ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରୀକୁ ଲୋକେ ବେଶ ତାରିଫ କରିଥିଲେ । ଗତ ବୁଧବାର ଦିନ ଏହା ତାମିଲ ତେଲଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ ହୋଇଛି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।