ପ୍ରଥମ ଦିନରେ ରୋଡ ସୋ କରି ଜାତୀୟ କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୩ରେ ୯ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବାଜିମାତ୍ ପାଇଁ ପ୍ରସ୍ତୁତ ହେବ ରଣନୀତି । 24ରେ କେନ୍ଦ୍ରରେ ହ୍ୟାଟ୍ରିକ୍ ବିଜୟ ନେଇ କାର୍ଯ୍ୟକାରେଣୀରେ ବନିବ ବ୍ଲୁପ୍ରିଣ୍ଟ । ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ଅଧକ୍ଷତାରେ ହେଉଛି କାର୍ଯ୍ୟକାରିଣୀ ବୈଠକ ।
ସ୍ବାଗତ ପାଇଁ ରାଜଧାନୀର ରାଜରାସ୍ତାରେ ଲାଗିଲା ଲୋକଙ୍କ ପ୍ରବଳ ଭିଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ ସୋ । ସ୍ବାଗତ ପାଇଁ ରାଜଧାନୀର ରାଜରାସ୍ତାରେ ଲାଗିଥିଲା ଲୋକଙ୍କ ପ୍ରବଳ ଭିଡ଼ । ରାସ୍ତାର ଉଭୟ ପାର୍ଶ୍ବରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ ଦିଲ୍ଲୀବାସୀ । ଗୁଜରାଟରେ ବମ୍ପର ବିଜୟ ପରେ ଆଜି ଦିଲ୍ଲୀରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି ।
Download Argus News App
