ଟୋକିଓଠାରେ ଚାଲିଥିବା କ୍ବାଡ୍ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗଦେବେ । ବିଶ୍ବର ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ ଏହି ସମ୍ମିଳନୀର ଗୁରୁତ୍ବ ବଢିଯାଇଛି । ଅନ୍ୟପକ୍ଷରେ ସମ୍ମିଳନୀ ପୂର୍ବରୁ କ୍ବାଡକୁ ସମାଲୋଚନା କରିଛି ଚୀନ ।
ଆଜି ଜାପାନର ଟୋକିଓରେ କ୍ୱାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଜାପାନର ଟୋକିଓରେ କ୍ବାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ରବିବାର ସଧ୍ୟାରେ ଟୋକିଓ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ । କ୍ବାଡ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଏସିଆରେ ଚୀନର ବଢି ଚାଲିଥିବା ଆଧିପତ୍ୟକୁ ରୋକିବାକୁ ଏହି ମେଣ୍ଟ ଗଠନ କରାଯାଇଛି ।
Download Argus News App
