ସୂଚନାନୁସାରେ, ରୁଷିଆର ରାଜଧାନୀ ମସ୍କୋରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଲୋକଙ୍କ ଉପରକୁ 5 ବନ୍ଧୁକଧାରୀଙ୍କ ଆତର୍କିତ ଗୁଳିଚାଳନା। 70 ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ 145ରୁ ଅଧିକ ଆହତ ହୋଇଛନ୍ତି । ରୁଷିଆର ରାଜଧାନୀ ମସ୍କୋର ପଶ୍ଚିମରେ ଥିବା କ୍ରୋକସ ସିଟି ହଲରେ ବଡ଼ ଧରଣର ଆକ୍ରମଣ ଘଟିଛି । ମାନବବାଦର ଧଜ୍ଜିଆ ଉଡ଼ାଇଛନ୍ତି କିଛି ବନ୍ଧୁକଧାରୀ । ପାଞ୍ଚ ଜଣ ବନ୍ଧୁକ ଧାରୀ ହଲରେ ଉପସ୍ଥିତ ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଛନ୍ତି । ପରେ ଏହି ହଲରେ ବିସ୍ଫୋରଣ ମଧ୍ୟ ଘଟାଇଛନ୍ତି । ଫଳରେ ହଲରେ ସଂପୂର୍ଣ୍ଣ ରୂପେ ନିଆଁ ଲାଗି ଯାଇଛି । ଯେଉଁଥିପାଇଁ ସେଠାରୁ ଆହତଙ୍କୁ ଉଦ୍ଧାର କରିବାରେ ନାକେଦମ ହୋଇଛି ମସ୍କୋ ପୋଲିସ। ହମଲା ପାଇଁ ନିଜକୁ ଦାୟୀ କଲା ISIS ଆତଙ୍କବାଦୀ ସଂଗଠନ ।
ଅଧିକ ପଢ଼ନ୍ତୁ ଦେଶ ଖବର: