ଅର୍ଗସ ବ୍ୟୁରୋ: ଝାଡଖଣ୍ଡର ଏକ ଦିନିଆ ଗସ୍ତରେ ମୋଦି ରାଞ୍ଚିରେ ପହଞ୍ଚି କିଷାନ ମନଧନ ଯୋଜନାର ଶୁଭାରମ୍ଭ ସହ ଝାଡଖଣ୍ଡର ବିଧାନସଭାର ନୂଆ ଭବନ ଉଦଘାଟନ କରିଛନ୍ତି ମୋଦି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମ ସରକାର ପ୍ରତି ଭାରତବାସୀଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ପ୍ରୟାସରତ। ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦେଶର କୋଟି କୋଟି ଅସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନଶନ ଯୋଜନାରେ ଯୋଡା ଯାଇଛି । ବିକାଶ ଆମର ପ୍ରାଥମିକତା ଏବଂ ପ୍ରତିବଦ୍ଧତା । ଏବେ ଦେଶ ଯେଉଁ ଗତିରେ ଆଗକୁ ବଢୁଛି ପୂର୍ବରୁ କେବେ ଏଭଳି ହୋଇ ନଥିଲା।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ କରିବା ଏବଂ ଜାମ୍ମୁ କାଶ୍ମୀର ଓ ଲଦାଖର ବିକାଶକୁ ନୂତନ ସ୍ତରରେ ନେଇ ପହଁଚାଇବା ଆମର ଲକ୍ଷ୍ୟ। ଏଥିପାଇଁ ଆମେ କାମ କରିବା ଆରମ୍ଭ କରି ଦେଇଛୁ। ପିଏମ କିଷାନ ନିଧି ଯୋଜନାରେ ଦେଶର କୋଟି କୋଟି କୃଷକ ଏବେ ଲାଭବାନ ହେଉଛନ୍ତି । ଗତ ଶହେ ଦିନ ମଧ୍ୟରେ ଦେଶବାସୀ ଯାହା ଦେଖିଛନ୍ତି ତାହା କେବଳ ଟ୍ରେଲର ଫିଲ୍ମ ଦେଖିଛନ୍ତି । ପ୍ରକୃତ ଫିଲ୍ମ ଏବେ ବାକି ଅଛି ବୋଲି କହିଛନ୍ତି ମୋଦି ।
