ଆହୁରି ମଧ୍ୟ କହିଛନ୍ତି ଯେ 2014 ମସିହା ପରେ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି ଲୋକେ ତାହାକୁ ଅଣଦେଖା କରିପାରିବେ ନାହିଁ । ଦେଶ ପାଇଁ ସେ ବହୁତ ପରିଶ୍ରମ କରୁଛି । 2014 ପରଠୁ ବହୁତ ଭଲ କାମ ହୋଇଛି । ଜନତା ସବୁ ଦେଖୁଛନ୍ତି । ସେମାନେ ନିଶ୍ଚୟ ଭୋଟ ଦେବେ ।
#WATCH | PM Modi's brother Somabhai Modi gets emotional as he talks about PM who visited him earlier today
People cannot ignore the kind of work Centre has done after 2014. I asked him (PM Modi) that he works a lot for the country, he should take some rest as well: Somabhai Modi pic.twitter.com/3SrGMj6A6O — ANI (@ANI) December 5, 2022
ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୯୩ ଟି ଆସନରେ ମତଦାନ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ୬୧ ରାଜନୈତିକ ଦଳର ୮୩୩ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଅହମ୍ମଦାବାଦ ସହରର ରାନିପ ଅଞ୍ଚଳରେ ଏକ ବିଦ୍ୟାଳୟର ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲାଇନରେ ଛିଡା ହୋଇ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ସୋହିପରି ଅହମ୍ମଦାବାଦର ରାନିପ ଅଞ୍ଚଳରେ ଥିବା ନିଶାନ ପବ୍ଲିକ ସ୍କୁଲରେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଭାଇ ସୋମଭାଇ ମୋଦି ।