ଏହାସହ ମୋଦି କହିଛନ୍ତି ଯେ, ଯେବେ କାଳୀ ମେଳା ଏଠାରେ ଅନୁଷ୍ଠିତ ହୋଇଥାଏ ବହୁ ସଂଖ୍ୟାରେ ଭକ୍ତମାନେ ଭାରତରୁ ଏଠାକୁ ଆସିଥାନ୍ତି । ଫଳରେ ଏଠାରେ ଏକ କମ୍ୟୁନିଟି ହଲ୍ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୋଦି । ଯାହା ଦ୍ୱାରା କାଳୀ ପୂଜା ସମୟରେ ଆସୁଥିବା ଲୋକଙ୍କ ପାଇଁ ଏହା ସହାୟ ହେବ ।
ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତଖୀରା ଜିଲ୍ଲା ଇଶ୍ୱରୀପୁରରେ ଥିବା ଜେଶୋରେଶ୍ୱରୀ କାଳୀ ମନ୍ଦିର ଦର୍ଶନ କରିଛନ୍ତି । ମା’ ଙ୍କ ନିକଟରେ ସମଗ୍ର ମାନବ ଜାତିକୁ କୋଭିଡ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି । ମା’ ଙ୍କୁ ଆକର୍ଷଣୀୟ ସୁନା ଓ ରୂପାରେ ତିଆରି ହସ୍ତତନ୍ତ ମୁକୁଟ ମଧ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ମୁକୁଟକୁ ପାରମ୍ପରିକ କଳାକାରମାନେ ତିନି ସପ୍ତାହ ମଧ୍ୟରେ ତିଆରି କରିଛନ୍ତି ।