ସେହିପରି ଏହି ଡିବିୟୁ ଗୁଡିକ ଦେଶର ଆର୍ଥିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ୨୦୨୨-୨୩ କେନ୍ଦ୍ର ବଜେଟ ଅଭିଭାଷଣ ସମୟରେ ଅର୍ଥମନ୍ତ୍ରୀ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ ଜିଲ୍ଲାରେ ୭୫ଟି ଡିବିୟୁ ସ୍ଥାପନ କରିବା ପାଇଁ ଘୋଷଣା କରିଥିଲେ । ଦେଶର କୋଣ ଅନୁକୋଣରେ ଡିଜିଟାଲ ବ୍ୟାଙ୍କିଙ୍ଗର ସୁଫଳ ପହଞ୍ଚାଇବା ପାଇଁ ଏହି ଡିବିୟୁ ଗୁଡିକ ସ୍ଥାପିତ ହୋଇଛି ଓ ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଭର କରାଯିବ ।
୧୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ୧୨ ବେସରକାରୀ ବ୍ୟାଙ୍କ ଓ ଗୋଟିଏ କ୍ଷୁଦ୍ର ବାଣିଜ୍ୟିକ ବ୍ୟାଙ୍କ ଏହି ପ୍ରୟାସରେ ସାମିଲ ହୋଇଛନ୍ତି। ଏହି ସମସ୍ତ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟରେ ସେଭିଂସ ଏକାଉଣ୍ଟ, ବାଲାନ୍ସ ଚେକ, ପାସବୁକ ପ୍ରିଣ୍ଟ, ଫଣ୍ଡ ଟ୍ରାନ୍ସଫର, ସ୍ଥାୟୀ ଜମାରେ ନିବେଶ, ଋଣ ଆବେଦନପତ୍ର, ଜାରି ହୋଇଥିବା ଚେକ କ୍ଷେତ୍ରରେ ପେମେଣ୍ଟ ବନ୍ଦ ରଖିବା, ଡେବିଟ ଓ କ୍ରେଡିଟ କାର୍ଡ ଆବେଦନ, ଆକାଉଣ୍ଟ ଷ୍ଟେଟମେଣ୍ଟ ଦେଖିବା, ଟିକସ ପଇଠ, ଦେୟ ପଇଠ ଭଳି ସୁବିଧା ଗ୍ରାହକମାନଙ୍କୁ ପ୍ରଦାନ କରାଯିବ।
ଭାରତ ଖବର ଆହୁରି ପଢ଼ନ୍ତୁ ।