ଏହି ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ନିଜ ଅଭିଯୋଗ ଜଣାଇବାର ସୁଯୋଗ ପାଇବେ କିଛି ମହିଳା । ମହିଳା ସମାବେଶକୁ ଉଦବୋଧନ ଦେବା ପୂର୍ବରୁ ୧୧ କିମି ମେଗା ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ କରିବେ ପିଏମ୍ । ହୁଗୁଳି ନଦୀ ଭିତରେ ଦେଇ କୋଲକାତାର ମୈଦାନ ଷ୍ଟେସନରୁ ଏସପ୍ଲାନେଡ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ଏହି ଅଣ୍ଡର ୱାଟର ମେଟ୍ରୋ ।
ମୋଟ ମେଟ୍ରୋ ଲାଇନର ଦୈର୍ଘ୍ୟ ୧୬.୫ କିଲୋମିଟର ହୋଇଥିବା ବେଳେ, ୫୨୦ ମିଟର ପାଣି ତଳେ ରହିଛି । ଏହାକୁ ପାର୍ କରିବା ପାଇଁ ମାତ୍ର ୪୫ ସେକେଣ୍ଡ ଲାଗିବ । ଅନ୍ୟପଟେ ଆଜି ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡର-ୱାଟର୍ ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦି ।
ଆହୁରି ପଢନ୍ତୁ ଭାରତ ଖବର...