ଜାମୁ କାଶ୍ମୀର ବିଲ୍କୁ ନେଇ ଅମିତ ଶାହା ଗୃହରେ ସ୍ପଷ୍ଟୋକ୍ତି ରଖିବା ସହ ଧୋଇଥିଲେ ବିରୋଧିଙ୍କୁ । କହିଥିଲେ, କାଶ୍ମୀର ନେଇ ଚିନ୍ତା କାହାର ନଥିଲା । ହେଲେ ମୋଦି ଆସିବା ପରେ କାଶ୍ମୀର ଗୁରୁତ୍ଵ ଦିଆଗଲା, ଧାରା 370 ଉଠିଲା । ଏବେ pok ରେ କାଶ୍ମୀର ପଣ୍ଡିତଙ୍କ ପାଇଁ ଆସନ ସଂରକ୍ଷିତ ରହିବ ବୋଲି ଶାହା କହିଛନ୍ତି । ଯେଉଁମାନେ କାଶ୍ମୀରରୁ ବିସ୍ଥାପିତ ହେଇଛନ୍ତି ସେମାନଙ୍କ ଦୁଃଖ କହିବା ଅସମ୍ଭବ। କଂଗ୍ରେସ ପଛୁଆ ବର୍ଗଙ୍କୁ ଜୋରଦାର ବିରୋଧ କରୁଛି । ମଣ୍ଡଳ କମିଶନକୁ କଂଗ୍ରେସ ବିରୋଧ କରିଛି । ଶାହା ନେହରୁଙ୍କ ଉପରେ ବି କଡା ଟିପଣୀ ଦେଇ କହିଥିଲେ ପିଓକେ ଯଦି ସୃଷ୍ଟି ତାହା କେବଳ ନେହୁରଙ୍କ ଭୁଲ ପାଇଁ । ନଚେତ୍ ଆଜି କାଶ୍ଜୀର ଭାରତର ଅଂଶ ହୋଇ ରହିଥାଆନ୍ତା ।
ଅଗଷ୍ଟ ୬ ତାରିଖ ୨୦୧୯ରେ ହଟିଥିଲା ଧାରା ୩୭୦। ଧାରା ୩୭୦ ହଟିଲା ପରେ କାଶ୍ମୀର ରେ ଆତଙ୍କବାଦ କମିଛି। ୨୦୨୩ରେ ଗୋଟିଏ ବି ପଥର ଫିଙ୍ଗା କିମ୍ବା ଆନ୍ଦୋଳନ ଘଟଣା ଦେଖାଦେଇନି। କିନ୍ତୁ 2010ରେ କଂଗ୍ରେସ ଶାସନ ସମୟରେ ୧୧୨ଲୋକ ପଥର ଫିଙ୍ଗା ପାଇଁ ଆହତ ହୋଇଛନ୍ତି। 370ହଟିଲା ଦିନଠୁ କାଶ୍ମୀରରେ ପ୍ରତି ତିନି ମାସରେ ସୁରକ୍ଷାର ସମୀକ୍ଷା କରାଯାଉଛି। ୩୭୦ ଉଠିଲା ପରେ କାଶ୍ମୀରରେ ୪ଟି ଫିଲ୍ମ ହଲ ହୋଇଛି ବୋଲି ଶାହା କହିଛନ୍ତି।
ଜାମ୍ମୁ କାଶ୍ମୀର ପୁନଃଗଠନ ସଂଶୋଧନ ବିଲ୍ ଉପରେ ଲୋକସଭାରେ ଜୋରଦାର ବିତର୍କରେ ଶାହା ଆହୁରି କହିଛନ୍ତି, ଏହି ବିଲ୍ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବ। ମୁଁ ଆଣିଥିବା ବିଲ୍ ହେଉଛି ୭୦ ବର୍ଷ ଧରି ଯେଉଁମାନେ ଅନ୍ୟାୟ, ଅପମାନିତ ଏବଂ ଅବହେଳିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ବିଲ୍। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଗତ ୭୦ ବର୍ଷ ମଧ୍ୟରେ ଯେଉଁମାନଙ୍କ ଉପରେ ଅନ୍ୟାୟ ହେଉଛି ସେମାନଙ୍କୁ ଆଗକୁ ନେବା ପାଇଁ ଏହି ବିଲ୍ । ଯେଉଁମାନେ ନିଜ ଦେଶରେ ବିସ୍ଥାପିତ ହୋଇଥିଲେ ସେମାନଙ୍କୁ ସମ୍ମାନ ଏବଂ ନେତୃତ୍ୱ ଦେବା ଏହି ବିଲ୍ ଅଟେ। ସେ କହିଛନ୍ତି ମୁଁ ଖୁସି ଯେ ଏହି ବିଲକୁ କେହି ବିରୋଧ କରିନାହାଁନ୍ତି।
ଅଧିକ ଦେଖନ୍ତୁ: