ଅର୍ଗସ ବ୍ୟୁରୋ : ଆଉ ରହିବେ ନାହିଁ ଧାମନଗର ଅଞ୍ଚଳରେ ବେକାରୀ ଯୁବକ ଯୁବତୀ । ଆଉ ଯିବେ ନାହିଁ ଧାମନଗର ଅଞ୍ଚଳର ପାଠ ପଢୁଆ ଯୁବକ ଯୁବତୀ ଦାଦନ । ବେକାରୀ ସମସ୍ୟାର ଖୁବ୍ ଶୀଘ୍ର ହେବ ସମାଧାନ । ସବୁ ପଞ୍ଚାୟତରୁ ୧୦୦ ଯୁବକ ଯୁବତୀଙ୍କୁ ମିଳିବ ଚାକିରି । ଏଭଳି କିଛି କହିଛନ୍ତି, ଧାମନଗର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ । ସେହିପରି ଭଦ୍ରକ ଧାମନଗର ଛକ ଠାରେ ନିର୍ମାଣ ହେଇଥିବା ଟେକ୍ସଟାଇଲ ପାର୍କ ଧାମନଗର ଓ ଭଦ୍ରକ ଜିଲ୍ଲାର ବେକାରୀ ସମସ୍ୟା ମଧ୍ୟ ଦୁର କରିବ ।
ଏହା ସହ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି, ରାଜ୍ୟ ସରକାର ୨୫ ବର୍ଷ ସରକାର ବେକାରୀ ସମସ୍ୟା ଦୁର କରିବାରେ ବିଫଳ ହୋଇଛନ୍ତି । ଯାହା ଏବେ ଧାମନଗର ଅସୁରାଳି ଠାରେ ଭାରତର ପଞ୍ଚମ ସ୍ଥାନର ଥିବା ଏକ SiKLL INDIA ପକ୍ଷରୁ ଶିଳ୍ପ କେନ୍ଦ୍ର କରିବା ସହ, ଧାମନଗର ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ତାଲିମ୍ ଦିଆଯିବ । ଯାହା ଆଗାମୀ ଦିନରେ ଏହା ଧାମନଗର ଅଞ୍ଚଳର ବେକାରୀ ସମସ୍ୟା ମଧ୍ୟ ଦୁର କରିବ ।
ସୂର୍ଯ୍ୟବଂଶୀ ସୁରଜଙ୍କର ଏଭଳି ପ୍ରତିଶ୍ରୁତିକୁ ଭରସା ଯୋଗ୍ୟ ବୋଲି କହିଛନ୍ତି, ଧାମନଗର ଅଞ୍ଚଳର ଯୁବକ ଓ ଶିକ୍ଷାବିତ ମାନେ କହିଛନ୍ତି । ତେବେ ରାଜ୍ୟ ସରକାର ୨୫ ବର୍ଷ ଭିତରେ ବେକାରୀ ସମସ୍ୟା ଦୁର କରି ପାରିଲେ ନାହିଁ । ତାହା ଏବେ ଧାମନଗର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ କରିବେ ବୋଲି ସମସ୍ତଙ୍କର ଭରସା ମଧ୍ୟ ରହିଅଛି ।