ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀ । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ମାଣ କାମ କରାଯାଉଛି। ଆଜି କିଛି ଅଂଶରେ ଛାତ ପଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନବନିର୍ମିତ ଛାତ । ନୂଆ ଛାତ ପଡୁଥିବା ବେଳେ ଭୁଶୁଡ଼ି ପଡ଼ିଥିଲା। ଫଳରେ ୬ ଜଣ ଶ୍ରମିକ ଆହତ ହୋଇଥିବାବେଳେ ୩ ଜଣ ଶ୍ରମିକ ଗୁରୁତର ଅଛନ୍ତି। ଶ୍ରମିକ ମାନଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀ । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ମାଣ କାମ କରାଯାଉଛି। ଆଜି କିଛି ଅଂଶରେ ଛାତ ପଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କରି ଭୋଟ ମାଗିବେ । ରାହୁଲଙ୍କ ଏହି ଗସ୍ତ ନେଇ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା ମେ’ ୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ପଡିବ ଡେରା । ବିଜେପିରୁ ହେବିୱେଟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସୁଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ରାହୁଲ ଗାନ୍ଧି ଭୋଟ ପ୍ରଚାର କରିବାକୁ ଆସୁଛନ୍ତି । ଆଗାମୀ ୧୫ ତାରିଖରେ ଜନସାଧାରଣଙ୍କ ପାଖରେ ସେ କଣ ଅଭିଭାଷଣ ରଖିବେ ତାହାକୁ କଂଗ୍ରେସ ନେତା ଏବଂ କର୍ମୀ ଅପେକ୍ଷା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: