ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ହଜାରେ ବର୍ଷର ସଂସ୍କୃତି ସମ୍ପନ୍ନ ରାଜ୍ୟ ହେଉଛି ଓଡ଼ିଶା। ମଠ, ମନ୍ଦିର ତଥା ଐତିହ୍ୟ ପରମ୍ପରାର ବୈଜ୍ଞାନିକ କାରଣ ସହ ସ୍ଥାପତ୍ୟ ମିଳୁଛି। ଏଗୁଡ଼ିକୁ ସୁରକ୍ଷିତ ରଖିବାକୁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି। ଏହି ନିୟମ ରାଜ୍ୟ ସରକାରମାନେ ପାଳନ କରିବା ଉଚିତ୍। ସୌନ୍ଦର୍ଯ୍ୟକରଣ ହେଉ, ପରିକ୍ରମା ହେଉ, କିନ୍ତୁ ଆଇନ ପରିସରରେ ହେଉ।
ଆଇନ ପରିସର ଭିତରେ ହେବା ସମସ୍ତଙ୍କର ମତ। ଯାହା ବି କରାଯାଉ ନିୟମକାନୁନ ପରିଧି ଭିତରେ କରାଯାଉ। ବାର, ତେର ଓ ଚତୁର୍ଦ୍ଦଶ ବର୍ଷର ପ୍ରମାଣ ମନ୍ଦିର ଆଖପାଖରୁ ମିଳୁଛି। ତାକୁ ଧ୍ଵଂସ କରି ଟାଇଲ୍ ଲଗାଇଲେ ପରିକ୍ରମା ଯୋଜନାର ଶ୍ରୀବୃଦ୍ଧି କୁହାଯାଇପାରିବନି।