ହିଂସା ଘଟଣାରେ ଦିଲ୍ଲୀରେ ପ୍ରେସମିଟ୍ କରି ବର୍ଷିଛି ବିଜେପି। TMC ସରକାରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ବିଜେପି କହିଛି। ସ୍ଵାଧୀନ ସଂସ୍ଥା ଦ୍ବାରା ହିଂସା ଘଟଣାର ତୁରନ୍ତ ତଦନ୍ତ କରାଯାଉ ବୋଲି ଦଳ କହିଛି।
ଥମିବାର ନାଁ ଧରୁନି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା। ହିଂସାକାଣ୍ଡ ଚଳାଇଛି ଶାସକ ଟିଏମସି। ଆଜି ଏହି ରାଜନୈତିକ ହିଂସା ଅତି ଉଗ୍ରରୁପ ଧାରଣ କରିଛି।
ଜଣେ ଟିଏମସି କର୍ମୀଙ୍କ ହତ୍ୟା ପ୍ରତିବାଦରେ ଦୁର୍ବୁତ୍ତମାନେ କେତେକ ଘରେ ନିଆଁ ଲଗାଇ ଦେଇଛନ୍ତି ଯାହା ଫଳରେ ଅତି କମରେ ୧୦ ଜଣ ପୋଡ଼ି ମରିବାର ସୂଚନା ମିଳିଛି। ପଶ୍ଚିମବଙ୍ଗର ବିରଭୁମ୍ ଜିଲ୍ଲାରେ ଥିବା ରାମପୁର ହାଟ ଗାଁରେ ଘଟିଛି ଏହି ଅଭାବନୀୟ କାଣ୍ଡ।
ଏହାକୁ ନେଇ ସେଠାରେ ଏବେ ଉତ୍ତେଜନାପୂର୍ଣ୍ଣ ରହିଛି ପରିସ୍ଥିତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରା ଯାଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଘଟଣା ବାବଦରେ ଆଭିଯୋଗ କରିଛନ୍ତି ବଙ୍ଗଳାର ବିଜେପି ସାଂସଦ।