ସେ କହିଛନ୍ତି ଯେ ଯୁବ ଉଦ୍ୟୋଗୀ ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୃଷି ଷ୍ଟାର୍ଟ ଅପ ଗୁଡିକୁ ପ୍ରୋତ୍ସାହିତ କରିବାକୁ କୃଷି ତ୍ବରକ କୋଷ ସ୍ଥାପନା କରାଯିବ । ପଶୁପାଳନ, ଡାୟରୀ, ମତ୍ସ୍ୟପାଳନ ପାଇଁ ଧ୍ୟାନ ଦେଇ କୃଷି ଋଣ ଲକ୍ଷ୍ୟକୁ ବଢାଇ 20 ଲକ୍ଷ କୋଟି ଟଙ୍କା କରାଯିବ । ପିଲା ଓ କିଶୋର ମାନଙ୍କ ପାଇଁ ରାଷ୍ଟ୍ରୀୟ ଡିଜିଟାଲ ପୁସ୍ତକାଳୟ ପ୍ରତିଷ୍ଠା କରାଯିବ ।
ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲରେଟର ଫଣ୍ଡ ବ୍ୟବସ୍ଥା ହେବ । ଆତ୍ମନିର୍ଭର କ୍ଲିନପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ କରାଯିବ । ମିଲେଟର ପ୍ରୋତ୍ସାହନ ନାମକରଣ କରାଗଲା ଶ୍ରୀଅନ୍ନ ଯୋଜନା । ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ,କନମ୍ବର, ରପ୍ତାନୀରେ 2 ନମ୍ବର । କୃଷି ଋଣ ଓ ପ୍ରୋତ୍ସାହନ ପାଇଁ 20 ଲକ୍ଷ କୋଟିର ବ୍ୟବସ୍ଥା ରହିବ । ମାଛ ଚାଷର ପ୍ରୋତ୍ସାହନ ପାଇଁ 6 ହଜାର କୋଟି ବ୍ୟବସ୍ଥା ।
ଅର୍ଥନୀତି ଖବର ଆହୁରି ପଢ଼ନ୍ତୁ ।