ଏହି ଅବସରରେ ସାମାଜିକ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ କର୍ପୂରୀ ଠାକୁରଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି କର୍ପୂରୀ ଠାକୁରଙ୍କ ଜନ୍ମଶତବାର୍ଷିକୀ ପାଳନ ଗତକାଲି ଶେଷ ହୋଇଛି। କର୍ପୂରୀ ଜୀ ପଛୁଆ ବର୍ଗର ଅନ୍ୟତମ ଶ୍ରେଷ୍ଠ ଜନନାୟକ ଥିଲେ ଯିଏ କି ସେମାନଙ୍କ କଲ୍ୟାଣ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହାସହ ସଦ୍ୟ ସମାପ୍ତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପ୍ରଶଂସା କରିଛନ୍ତି। ସେ ଆହୁରି କହିଛନ୍ତି, ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ସ୍ଥାପିତ ମୂର୍ତ୍ତିର ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହ ଆମେ ସମସ୍ତେ ଦେଖିଥିଲୁ । ଉଚିତ ନ୍ୟାୟିକ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଛି । ଏହା ଫଳରେ ନ୍ୟାୟିକ ପ୍ରକ୍ରିୟା ଉପରେ ଆମର ବିଶ୍ବାସ ପ୍ରମାଣିତ ହୋଇଛି । ‘ନାରୀ ଶକ୍ତି ବନ୍ଦନ ଆଇନ’ ମହିଳା ସଶକ୍ତୀକରଣର ଏକ ବୈପ୍ଳବିକ ମାଧ୍ୟମ ସାବ୍ୟସ୍ତ ହେବ।
ଅଧିକ ପଢ଼ନ୍ତୁ ଦେଶ ଖବର: