ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗ୍ନିକାଣ୍ଡ ଯୋଗୁଁ ପ୍ରାଣ ହରାଇଥିବା ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି | ଶୋକସନ୍ତପ୍ତ ପରିବାର ସହିତ ଅଛି ଓ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି ବୋଲି ସେ କହିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ମୁଣ୍ଡକା ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ନୂଆଦିଲ୍ଲୀ: ଦିଲ୍ଲୀର ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ । ୩ ମହଲା କୋଠୀରେ ନିଆଁ ଲାଗି 27 ଜୀବନ୍ତ ଦଗ୍ଧ । ତେବେ ଏହି ହୃଦୟ ବିଦାରକ ଘଟଣାକୁ ନେଇ ଚାରିଆଡୁ ଶୋକ ବାର୍ତ୍ତା ଆସିଛି । ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା କୋଠାରେ ଅଗ୍ନିକାଣ୍ଡ ଘଟଟଣାକୁ ଦୁଃଖଦ ଘଟଣା ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋଭିନ୍ଦ । ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
3 ଦିନ ପାଇଁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ବନ୍ଦ

କୋରାପୁଟ: କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ୩ ଦିନ ପାଇଁ ବନ୍ଦ I ପ୍ରକଳ୍ପର ଡି .ଡ୍ୟାମ, ଜୋଲାପୁଟ ଡ୍ୟାମ ଏବଂ ଟି.ପି .ଡ୍ୟାମର ଜଳ ନିଷ୍କାସନକୁ ବନ୍ଦ କରାଯାଇଛି । ଜଳ ବିଦ୍ୟୁତ ପ୍ରକଳ୍ପର ପୁରୁଣା ଯନ୍ତ୍ରାଂସ ଗୁଡିକ ବଦଳାଇ ନବୀକରଣ ପାଇଁ ଅନୁଧ୍ୟାନ ଆରମ୍ଭ କରିଛି ଟାଟା କମ୍ପାନୀ । ଆଜି ସକାଳ ୯ଟାରୁ ଜଳ ବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ ବନ୍ଦ୍ କରାଯାଇଛି
Download Argus News App
