ମୋଦି କହିଛନ୍ତି, ପୂର୍ବରୁ ସେ ଦେଶପାଇଁ ଯାହା କିଛି ବି କରିଥିଲେ, ସେସବୁ ଟ୍ରେଲର ଥିଲା । ଯଦି ଲୋକଙ୍କୁ ତାଙ୍କ କାମ ପସନ୍ଦ ଆସିଛି ତେବେ ଆଗକୁ ଦେଶପାଇଁ ବହୁତ କିଛି କରିବା ବାକିଅଛି । ୨୦୪୭ ଭାରତପାଇଁ ମାଇଲଷ୍ଟୋନ ହେବାକୁ ଯାଉଛି । ଏହାକୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟି ନିଜର ମିଶନ ଆରମ୍ଭ କରିସାରିଛି । ଆଗାମୀ ଦିନରେ ପ୍ରତ୍ୟେକ ସାଧାରଣଜନତା ଦେଖିଥିବା ସ୍ବପ୍ନକୁ ପୂରଣ କରିବ ଭାରତୀୟ ଜନତା ପାର୍ଟି ।
ଅନେକ ନେତା ଯିଏ କହିଛନ୍ତି, କିଛିଦିନରେ ହିଁ ଦେଶରୁ ଗରିବ ହଟାଇଦେବେ । କିନ୍ତୁ ଯେଉଁ ବଚନ ଥରେ ପାଟିରୁ ବାହାରେ ତାକୁ ପୁରା କରିବା ଦରକାର । ଯେତେବେଳେ ସାଧାରଣ ଜନତା ତୁମ ଉପରେ ବିଶ୍ବାସ କରୁଛନ୍ତି, ତୁମେ ତୁମର କଥା ନିଶ୍ଚିତ ରଖିବା ଦରକାର ।ମୋ ହିସାବରେ, ପ୍ରାଣ ଯାଉ ପଛେ ବଚନ ନଯାଉ । ଯଦି କଥା ଦେଇ କଥା ରଖିପାରିବେନି, ତେବେ ଗାଦି ଛାଡିଦେବା ଦରକାର । କିନ୍ତୁ ମୋଦି ଗ୍ୟାରେଣ୍ଟି ପୁରା ହବାଯାଏଁ ଗ୍ୟାରେଣ୍ଟି । ପୂର୍ବ ନିର୍ବାଚନ ସମୟରେ ଯାହାସବୁ କରିବାର ପ୍ରତିଶୃତି ଦେଇଥିଲେ, ସେସବୁ ପୁରା କରିଛନ୍ତି। ଆଉ ମାତ୍ର ୧୦୦ ଦିନ ଭିତରେ ହିଁ । ଏବେ ମଧ୍ୟ ଯାହା ପ୍ରତିଶୃତି ଦେବେ ତାକୁ ବିଜେପି ସରକାର ପୂର୍ଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାମ ମନ୍ଦିର ବିବାଦକୁ ନେଇ ମଧ୍ୟ ମୋଦି କହିଛନ୍ତି, ବହୁ ପୂର୍ବରୁ ଏହି ବିବାଦର ସମାଧାନ ହୋଇ ପାରିଥାନ୍ତା । ଭୋଟ୍ ବ୍ୟାଙ୍କ ପଲିଟିକ୍ସ ପାଇଁ ବିବାଦକୁ ଦୀର୍ଘସ୍ଥାୟୀ କରାଗଲା ।