ଅନ୍ୟପଟେ ଗାନ୍ଧିନଗର ଷ୍ଟେସନରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବା ସହ ସେହି ଟ୍ରେନରେ ସେଠାରୁ କାଳୁପୁରୁ ରେଳଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ଅହମ୍ମହଦାବାଦ ମେଟ୍ରୋ ରେଳପ୍ରକଳ୍ପ ଚଳାଚଳ ଶୁଭାରମ୍ଭ କରିବା ସହ ମେଟ୍ରୋରେ କାଳୁପୁରରୁ ଦୂରଦର୍ଶନ କେନ୍ଦ୍ର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଶିକ୍ଷା ସମାଜ ପକ୍ଷରୁ ଆୟୋଜିତ ସାଧାରଣ ସମାରୋହରେ ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିବେ ।
ସୁରଟଠାରେ ୨୯ ଶହ କୋଟି ଟଙ୍କାର ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ

ଅର୍ଗସ ବ୍ୟୁରୋ: ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସୁରଟଠାରେ ୨୯ ଶହ କୋଟି ଟଙ୍କାର ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଭାବନଗରରେ ବିଶ୍ୱର ପ୍ରଥମ ସିଏନ୍ଜି ଟର୍ମିନାଲ ଓ ବ୍ରାଉନ ଫିଲ୍ଡ ବନ୍ଦରର ଶିଳାନ୍ୟାସ କରିବେ। ସନ୍ଧ୍ୟା ସାତଟା ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ନରେନ୍ଦ୍ର ମୋଦୀଷ୍ଟାଡ୍ୟିମରେ ୩୬ତମ ଜାତୀୟ କ୍ରୀଡାକୁ ଉଦ୍ଘାଟନ କରିବେ ଓ ପରେ ଜିଏମଡିସି ପଡିଆରେ ନବରାତ୍ରୀ ଉତ୍ସବରେ ଯୋଗଦେବେ ।
Download Argus News App
