ମନ କି ବାତ୍ ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଇସାକ ମୁଣ୍ଡା ମାର୍ଚ୍ଚ 20 ରେ ୟୁଟ୍ୟୁବରେ ଚ୍ୟାନେଲ ଖୋଲିଥିଲେ । ଏଥିରେ ସେ ଲାଇଫ୍ ଷ୍ଟାଇଲ୍, ନିଜ ପରିବାର, ନିଜ ଗାଁ , ପାରମ୍ପରିକ ଖାଦ୍ୟ ଆଦି ବିଷୟରେ ଦେଖାଇଥିଲେ । ଏହାସହ ଓଡିଶାର ପଖାଳ ଖାଉଥିବା ଦେଖିବାକୁ ମିଳିଥିଲା । ସହରରେ ରହୁଥିବା ଲୋକମାନଙ୍କ ପାଇଁ ଗାଁ ର ଏହି ଚାଲି ଚାଳନ ଦେଖିବା ଏକ ସୁଯୋଗ । ତାଙ୍କର ଏହି ନିଆରା ଚିନ୍ତାଧାରା ପାଇଁ ସେ ଆଜି ଇଣ୍ଟରନେଟ୍ ରେ ସେନସେସନ ପାଲଟିଛନ୍ତି । ସେ ଉଭୟ ପରମ୍ପରା ଓ ପାରମ୍ପରିକ ଖାଦ୍ୟ ପାଳନ କରୁଛନ୍ତି । ଏହାସହ ଆମକୁ ଉତ୍ସାହିତ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
His initiative is unique in many ways especially because it provides an opportunity to the urban people to see a lifestyle about which they know very little. Isaac Munda is celebrating culture as well as cuisine and is also motivating us: PM Narendra Modi at 'Mann Ki Baat' (3/3) pic.twitter.com/13lMVSQQul — ANI (@ANI) July 25, 2021
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାର ଆଦିବାସୀ ଯୁବକ ଇସାକ ମୁଣ୍ଡା। ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁ ଥିଲେ । ଲକଡାଉନ ସମୟରେ କାମ ନ ପାଇବା ପରେ ତାଙ୍କ ଅବସ୍ଥା ଅଧିକ ସଙ୍ଗୀନ ହୋଇପଡ଼ିଥିଲା । ପତ୍ନୀ ସଙ୍ଗୀତା ଓରାମ, ତିନିଝିଅ ଓ ଗୋଟିଏ ପୁଅକୁ ନେଇ ୬ ପ୍ରାଣୀ କୁଟୁମ୍ବ କିଭଳି ଚଳିବେ ଇସାକଙ୍କୁ ଘାରିଥିଲା ଚିନ୍ତା।
ଏହାପରେ କାମଧନ୍ଦାକୁ ଯାଇ ନ ପାରି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ବାବୁପାଲ୍ଲୀ ଗାଁର ୩୫ ବର୍ଷର ଏହି ଆଦିବାସୀ ଯୁବକ ଦିନେ ଶୁଣିବାକୁ ପାଇଲେ ଯେ ୟୁଟ୍ୟୁବ ମାଧ୍ୟମରେ ଖୁବ ଭଲ ରୋଜଗାର ହୋଇପାରିବ। ଏହାପରେ ସେ ଭିଡିଓର କ୍ୟାଟିଗୋରି, ଭାଷା, ଚରିତ୍ର ଓ ଉପସ୍ଥାପନା ଶୈଳୀ କିଭଳି ହେବ ସେଦିଗରେ ଛତିଶଗଡ଼ର ୟୁଟ୍ୟୁବର ମନୋଜ ଦେଙ୍କ ଠାରୁ ୟୁଟ୍ୟୁବରେ ଦେଖିଥିଲେ।
ଆଉ ତା ପରେ ଇସାକମୁଣ୍ଡା ଇଟିଙ୍ଗ ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ଆରମ୍ଭ କଲେ ଯାତ୍ରା। ମାର୍ଚ୍ଚ ୨୫ ତାରିଖରେ ପଖାଳ ଭାତକୁ ପିଆଜ ସହିତ ଖାଉଥିବା ଭିଡିଓକୁ ମିଳିଲା ଦର୍ଶକଙ୍କ ପ୍ରଶଂସା। ୨ରୁ ୩ ମାସ ମଧ୍ୟରେ ଲକ୍ଷେରୁ ଅଧିକ ସବସ୍କ୍ରାଇବର ହୋଇଯିବା ପରେ ଜୁଲାଇ ମାସରେ ୩୪ ହଜାର ଟଙ୍କା ମିଳିଥିଲା। ଅଗଷ୍ଟ ମାସରେ ମିଳିଲା ୫ ଲକ୍ଷ ଟଙ୍କା।
ଦିନେ ଦି ଓଳି ଖାଇବାକୁ ପାଉନଥିବା ଇସାକ ଏବେ ନିଜର ଏକ ଘର ତିଆରି କରିଛନ୍ତି । ଏପରିକି ଘରେ ସମସ୍ତ ପ୍ରକାରର ଆସବାବ ପତ୍ର ମଧ୍ୟ ଅଛି । ମାସକୁ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ମିଳୁଥିବା ବେଳେ ତାଙ୍କ ଚ୍ୟାନେଲ ସବସ୍କ୍ରାଇବ ସଂଖ୍ୟା ୭ ଲକ୍ଷ ୨୮ ହଜାରରେ ପହଞ୍ଚିଛି।