ଅଧିକ ପଢନ୍ତୁ : କଂଗ୍ରେସ ନେତାଙ୍କ ବୟାନ ସାମନ୍ତବାଦୀ ଚିନ୍ତାଧାରର- ଧର୍ମେନ୍ଦ୍ର
ଆଜି ରାହୁଲ ଅଳ୍ପ ସମୟ ପାଇଁ ସଂସଦ ଆସିଥିବା ବେଳେ ସଦସ୍ୟତା ରଦ୍ଦ ହେବା ମାତ୍ରେ ଚାଲିଯାଇଥିଲେ । ଏହା ପରେ ସଂସଦ କମ୍ପାଇଥିଲେ କଂଗ୍ରେସ ସାଂସଦ । ସେହିପରି ବିଭିନ୍ନ ସ୍ଥାନରେ ବିଜେପି ଅଫିସ ଆଗରେ ମଧ୍ୟ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି । ଦିଲ୍ଲୀରେ ଜୋରଦାର ପ୍ରଦିବାଦ କରିଛି କଂଗ୍ରେସ । ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିଜେପିର ଷଡ଼ଯନ୍ତ୍ରର ଆଖ୍ୟା ଦେଇଛି କଂଗ୍ରେସ । ବିରୋଧୀ ମଧ୍ୟ କଂଗ୍ରେସ ସ୍ବରରେ ସ୍ବର ମିଶାଇଛନ୍ତି ।
ତେବେ କଂଗ୍ରେସର ଅଭିଯୋଗ ପରେ ନଥିପତ୍ର ଥୋଇ ବର୍ଷିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଆଟାକର କମାଣ୍ଡ ସମ୍ଭାଳିଛନ୍ତି । ଜାତିବାଚକ ଅପଶବ୍ଦ କହି, ପଛୁଆବର୍ଗଙ୍କୁ ଗାଳି କରି, ବଞ୍ଚିତ ବର୍ଗକୁ ନୀଚ୍ଚା ଦେଖାଇ ରାହୁଲ ଗାନ୍ଧୀ କରିଥିବା ଭୁଲର ସଜା ପାଇଛନ୍ତି । ତେଣୁ ନିୟମାମନୁସାରେ ଲୋକସଭା ସେକ୍ରେଟେରିଏଟ୍ ଆକ୍ସନ ନେଇଥିବା କହିଛନ୍ତି ଧର୍ମେନ୍ଦ୍ର । ତେବେ ଆଟାକ୍ କରୁକରୁ ପୁରୁଣା ଘାକୁ ମଧ୍ୟ ଉଖାରି ଦେଇଛନ୍ତି ଧର୍ମେନ୍ଦ୍ର । ଯେଉଁ ଜନପ୍ରତିନିଧି ଆଇନର ଧାରା ଅନୁସାରେ ରାହୁଲ ଦୋଷୀ ସାବ୍ୟସ୍ତ ହେଲେ ସେହି ଆଇନକୁ ପରିବର୍ତ୍ତନ ପାଇଁ ୨୦୧୩ରେ ବିଧେୟକ ଆଣିଥିଲେ ତତ୍କାଳୀନ ମନମୋହନ ସିଂ ସରକାର । ତେବେ ଏହାକୁ ନନସେନ୍ସ ବୋଲି କହି ଚିରି ଦେଇଥିଲେ ରାହୁଲ । ତେଣୁ ଆଜି ନିଜେ ସେହି ଜାଲରେ ପଡ଼ିବା ପରେ ବିଳିବିଳଉଥିବା କହିଛନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ ସୁରତ ଜିଲ୍ଲା କୋର୍ଟରେ ୨ ବର୍ଷ ଦୋଷୀ ସାବ୍ୟସ୍ତ ହୋଇ ବେଲ୍ ପାଇବା ଘଟଣାକୁ ୨୪ ଘଣ୍ଟା ବିତିଲାଣି । କଂଗ୍ରେସ ଖେମାରେ ବଡ଼ବଡ଼ ଓକିଲ ଥିବା ବେଳେ କାହିଁକି କେହି ରାହୁଲଙ୍କ ପାଇଁ ଅପିଲ ପାଇଁ ଗଲେ ନାହିଁ । ତେବେ କ’ଣ କଂଗ୍ରେସ ନେତାମାନେ ରାହୁଲଙ୍କ ସଦସ୍ୟତା ଯାଉ ବୋଲି ଚାହୁଁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।
ଅଧିକ ପଢନ୍ତୁ : ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଗଲେ ସୋନିଆ ଗାନ୍ଧୀ
ଏପେଟେ ଓଡ଼ିଶା ବିଧାନସଭାରେ ମଧ୍ୟ ଏହି ଘଟଣାକୁ ନେଇ ବେଶ ରାଜନୀତି ହୋଇଛି । କଂଗ୍ରେସ ଏହାକୁ ବିଜେପି ଷଡ଼ଯନ୍ତ୍ର କହି ବିଧାନସଭା ଅଚଳ କରିଥିବା ବେଳେ ବିଜେପି, ବିଜେଡିର ଯୁକ୍ତି, ଯାହା ହୋଇଛି ଆଇନ ଅନୁସାରେ । ସବୁ ଚୋରଙ୍କ ପାଖରେ ମୋଦି ସାଙ୍ଗିଆ କେମିତି ଅଛି ? ମୋଦି’ ସାଙ୍ଗିଆ ଉପରେ କଟୁ ମନ୍ତବ୍ୟ ଦେବା ପାଇଁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।