ଜନପ୍ରତିନିଧି ଆଇନ 1951, ସେକ୍ସନ 8 ଅନୁସାରେ ସଦସ୍ୟତା ରଦ୍ଦ ହୋଇଛି । ମାନହାନୀ ମାମଲାରେ କାଲି ଦୋଷୀ ସାବ୍ୟସ୍ତ ହୋଇଥିଲେ ରାହୁଲ । ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ବା ଉପନାମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । କର୍ଣ୍ଣାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ଗାନ୍ଧି ଏଭଳି ବିବାଦୀୟ ବୟାନ ଦେଇଥିଲେ । ମର୍ଯ୍ୟାଦା ଭୁଲିଯାଉ ସମ୍ବେଦନହୀନ ବାକ୍ୟରେ ଅନେକ ଲୋକଙ୍କୁ ଆଘାତ ଦେଇଥିଲେ ରାହୁଲ । ଯାହା ସମଗ୍ର ମୋଦି ସମ୍ପ୍ରଦାୟଙ୍କ ପ୍ରତି ଅପମାନଜନକ ଥିଲା । ଯାହାକୁ ନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାନହାନୀ ମାମଲା ରୁଜୁ କରିଥିଲେ ।
ଅଧିକ ପଢନ୍ତୁ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଶାସ୍ତି-ଆଶ୍ବସ୍ତି
ଏହି ମାମଲାରେ ରାହୁଲ ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ । ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚ ଏଚ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ କରିଥିଲେ ସ୍ଥିର । ଗତକାଲି(ଗୁରୁବାର) କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
`ମୋଦି ସରନେମ୍' ମାମଲାରେ ରାହୁଲଙ୍କୁ 2 ବର୍ଷ ସଜା ହୋଇଥିଲା । 2 ବର୍ଷ ଜେଲ୍ଦଣ୍ଡ ଶୁଣାଇଥିଲେ ସୁରତ୍ କୋର୍ଟ । ପରେ ତାଙ୍କୁ ବେଲ୍ ମିଳିଥିଲା । କେରଳ ୱାୟନାଡରୁ ସାଂସଦ ଥିଲେ ରାହୁଲ ଗାନ୍ଧି ।
ରାଜନୀତି ଖବର ଆହୁରି ପଢନ୍ତୁ