ଗତକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଚାଲିଥିବା ବେଳେ ବକ୍ତବ୍ୟ ରଖୁଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ହେଲେ ହଠାତ୍ କହୁକହୁ କହି ଦେଇଥିଲେ ଯେଉଁମାନେ ନିଜକୁ ହିନ୍ଦୁ କହନ୍ତି ସେମାନେ 24 ଘଣ୍ଟା ହିଂସା ଓ ଘୃଣା କରୁଛନ୍ତି। ଯେଉଁଥିପାଇଁ ଆମ ରାଜ୍ୟରେ ଦେଖିବାକୁ ମିଳିଛି ପ୍ରତିବାଦ । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ପ୍ରତିବାଦ କରିଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ସାମ୍ବାଦିକ ସମ୍ମିଳନୀ କରି ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । କଂଗ୍ରେସ 56 ବର୍ଷ ଦେଶକୁ ଶାସନ କରିଛି । ତେଣୁ ସେମାନଙ୍କର ବିରୋଧୀ ଦଳରେ ବସିବାର ଅଭ୍ୟାସ ନାହିଁ । ସେଥିପାଇଁ ସେମାନେ ଅଣ ନିଶ୍ବାସୀ ହୋଇଛନ୍ତି । ଲୋକସଭାରେ କାହିଁକି 425ରୁ ଆଜି କଂଗ୍ରେସ ଏଭଳି ଅବସ୍ଥାରେ ପହଞ୍ଚିଛି ବୋଲି କହିଛନ୍ତି ମନମୋହନ ।
ହିନ୍ଦୁ ବିରୋଧୀ ଆଭିମୁଖ୍ୟ ପାଇଁ ପୂର୍ବରୁ କଂଗ୍ରେସକୁ ଦେବାକୁ ପଡ଼ିଛି ରାଜନୈତିକ ମୂଲ୍ୟ । 2014 ଓ 2019ରେ ବିରୋଧୀ ଦଳ ନେତା ପଦ ବି ହରାଇ ବସିଥିଲା କଂଗ୍ରେସ। ଏଥର ବି ଲୋକସଭାରେ ତିନି ଅଙ୍କ ଛୁଇଁ ପାରିନାହିଁ ଦେଶକୁ ସର୍ବାଧିକ କାଳ ଶାସନ କରିଥିବା ଦଳ। ୟା ଭିତରେ ଦେଶରେ ସଂଖ୍ୟାଲଘୁ ଧ୍ରୁବୀକରଣ ପାଇଁ ରାହୁଲ ଗାନ୍ଧିଙ୍କ ଷ୍ଟ୍ରାଟେଜି ତାଙ୍କ ଦଳ ପାଇଁ ବୁମେରାଂ ପାଲଟିବ କି ?
ଅଧିକ ପଢ଼ନ୍ତୁ ଦେଶ ଖବର: