ଅଧିକ ପଢନ୍ତୁ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂସଦର ସଦସ୍ୟତା ବାତିଲ ଘଟଣା
ଏହା କୋର୍ଟଙ୍କ ଅପମାନ ନୁହେଁ କି ? କେବଳ କୋର୍ଟ କାହିଁକି, ସାମ୍ବାଦିକଙ୍କୁ ମଧ୍ୟ ବର୍ତ୍ତିନାହିଁ କଂଗ୍ରେସ । ଶନିବାର ରାହୁଲ ଗାନ୍ଧି ତାଙ୍କ ପ୍ରେସମିଟରେ ସାମ୍ବାଦିକଙ୍କୁ ଯେଉଁଭଳି ବ୍ୟବହାର ଦେଖାଇଲେ ତାକୁ ନେଇ ସାମ୍ବାଦିକ ଜଗତ ଖପ୍ପା। ଲାଇଭ୍ ପ୍ରେସମିଟରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନ ଅଡ଼ୁଆରେ ପକାଇବାରୁ ତାଙ୍କୁ ଏକ ରାଜନୈତିକ ଦଳ ସହ ଯୋଡ଼ି ତାଙ୍କ ସାମ୍ବାଦିକତା ଉପରେ ପ୍ରଶ୍ନ ଉଠାଇବା ଜଣେ ରାଜନେତାକୁ ଶୋଭା ଦିଏ କି ? ସୁରତ କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଏବଂ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଧ ବିରୋଧରେ କଂଗ୍ରେସ କରୁଛି ସଂକଳ୍ପ ସତ୍ୟାଗ୍ରହ। ଏହି ଅବସରରେ ଗାନ୍ଧି ପରିବାରର ବଳିଦାନର କଥା କହି ସମବେଦନା ସାଉଁଟିବାକୁ ଚେଷ୍ଟା କରିଛନ୍ତି ପ୍ରିୟଙ୍କା ଗାନ୍ଧି।
ଅଧିକ ପଢନ୍ତୁ : ଟୁଇଟର ବାୟୋ ପରିବର୍ତ୍ତନ କଲେ ରାହୁଲ
ସେହିପରି ରାହୁଲଙ୍କୁ ଜେଲ ଦଣ୍ଡାଦେଶ ମାମଲାରେ ବିଜେପିକୁ ଦାୟୀ କରି ପରୋକ୍ଷରେ କୋର୍ଟଙ୍କ ଅପମାନ କରିଛନ୍ତି ପ୍ରିୟଙ୍କା। କେବଳ ଏତିକି ନୁହେଁ, ରାହୁଲଙ୍କୁ ଶ୍ରୀରାମଙ୍କ ସହ ତୁଳନା କରି ଏକ ନୂଆ ବିବାଦର କରିଛନ୍ତି ଆରମ୍ଭ। ସେପଟେ ପ୍ରିୟଙ୍କାଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ। କଂଗ୍ରେସ କୋର୍ଟଙ୍କ ରାୟ ବିରୋଧରେ ସତ୍ୟାଗ୍ରହ କରୁଛି। ଏହା ସତ୍ୟାଗ୍ରହ ନୁହେଁ ଦୂରାଗ୍ରହ। ଆଇନ ଅନୁସାରେ ରାହୁଲଙ୍କ ସଦସ୍ୟତା ଯାଇଛି ବୋଲି କହିଛନ୍ତୁ ସୁଧାଂଶୁ। ଗୋଟିଏ ପରେ ଗୋଟିଏ ବିବାଦରେ ଫଶୁଛନ୍ତି ରାହୁଲ ଗାନ୍ଧି। ଆଉ ରାହୁଲଙ୍କୁ ଡିଫେଣ୍ଡ କରିବାକୁ ଯାଇ ପୂରା କଂଗ୍ରେସ ଅନ୍ଧାରରେ ବାଡ଼ି ବୁଲାଉଛି। ଏଣେ ବାରମ୍ବାର କୋର୍ଟଙ୍କ ରାୟକୁ ଅପମାନ ଏବଂ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଂଗ୍ରେସକୁ ସଂକଟରେ ପକାଉଛି।