ସେପ୍ଟେମ୍ବର ୨ରେ ମୋଦିଙ୍କ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଡୋଭାଲ ଯାଇଥିଲେ କେରଳ । ହେଲେ ପ୍ରକୃତ ଏଜେଣ୍ଡା ଥିଲା ସାରା ଦେଶରୁ ପିଏଫଆଇର ନେଟୱର୍କ ଧ୍ୱସ୍ତ କରିବା । ପ୍ରଥମେ କେରଳରେ ବଛାବଛା ଅଫିସରଙ୍କୁ ନେଇ ବୈଠକ କରିଥିଲେ ଡୋଭାଲ ।କେରଳ ପରେ ମୁମ୍ବାଇ ଅଫିସରଙ୍କ ସହ ହୋଇଥିଲା ଆଲୋଚନା । ଏହା ପରେ ୧୫ ରାଜ୍ୟରେ ଏକା ସାଙ୍ଗରେ ସେପ୍ଟେମ୍ବର ୨୨ରେ ମେଗା ରେଡ୍ ପାଇଁ ପ୍ଲାନ୍ ହୋଇଥିଲା । ଏହି ଅପରେସନର ନାଁ ରଖାଯାଇଥିଲା ଅପରେସନ ଅକ୍ଟୋପସ । ଅପରେସନରେ ସାମିଲ ଅଫିସରଙ୍କ ଛଡ଼ା ଏହି ଖବର ଆଉ କାହା ପାଖରେ ମଧ୍ୟ ନଥିଲା । ଜାଣିଶୁଣି ବିଳମ୍ବିତ ରାତିରେ ରେଡ୍ ହୋଇଥିଲା ।
ଫଳରେ କେହି ଖସିବାର ମଧ୍ୟ ବାଟ ପାଇନଥିଲେ । ୧୦୦ରୁ ଅଧିକ ସକ୍ରିୟ ପିଏଫଆଇ ସଦସ୍ୟ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣର ଦସ୍ତାବିଜ ଓ ଅନ୍ୟ ପ୍ରମାଣ ମଧ୍ୟ ଏକତ୍ରିତ କରାଯାଇପାରିଥିଲା । ଅପରେସନ୍ ଅକ୍ଟୋପସର କ୍ୟାପ୍ଟେନ ଖୋଦ୍ ଅଜିତ ଡୋଭାଲ୍ ହୋଇଥିବା ବେଳେ ଏନଆଇଏ, ଇଡି, ଆଇବିକୁ ଏଜେନ୍ସିଂ ଭାବେ ସାମିଲ ହୋଇଥିଲେ । ଏନଆଇଏର ଦୁଇ ଶହ ଅଫିସର, ଜଣେ ଏଡିଜି, ୪ ଆଇଜି, ୧୬ ଏସପି ଓ ୨୫୦ରୁ ଅଧିକ ପୋଲିସ କର୍ମୀ ଏଥିରେ ସାମିଲ ହୋଇଥିଲେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।