ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ଅଗ୍ନିପଥ ଯୋଜନାରେ ପଞ୍ଜିକରଣ କରିଥିବା ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ଆସନ୍ତା ଜୁଲାଇ ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଅନଲାଇନ ପରୀକ୍ଷା ହେବ । ଏହାପରେ ୨୧ ଅଗଷ୍ଟରୁ ୨୮ ତାରିଖ ମଧ୍ୟରେ ଚୟନ ପ୍ରାର୍ଥୀଙ୍କ ଫିଜିକାଲ ଫିଟନେସ ଟେଷ୍ଟ ହେବ ଏବଂ ୨୯ରୁ ନଭେମ୍ବର ୮ ଯାଏ ମେଡିକାଲ ଟେଷ୍ଟ କରାଯିବ । ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ଉତିନ୍ନ ହେବେ, ଡିସେମ୍ବରରେ ସେମାନଙ୍କ ନାମ ପ୍ରକାଶ ପାଇବ । ଏଥିସହ ୩୦ ଡିସେମ୍ବରରୁ ସେମାନଙ୍କ ଟ୍ରେନିଂ ଆରମ୍ଭ ହେବ । ଏନେଇ ସେନା ପକ୍ଷରୁ ଆନୁଷ୍ଠାନିକ ବିବୃତି ଜାରି ହୋଇଥିଲା ।
କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପାଇଁ ସେନାରେ ନିଯୁକ୍ତି ବନ୍ଦ ରହିଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଛି । ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ ୪ ବର୍ଷ ପାଇଁ ସେନାରେ ସୁଯୋଗ ମିଳିବ । ସର୍ବ ଭାରତୀୟ ପ୍ରତିଭା ଆଧାରରେ ନିଯୁକ୍ତ ହେବ । ଆକର୍ଷଣୀୟ ମାସିକ ବେତନ ଏବଂ ସେବା ନିଧି ପ୍ୟାକେଜ ରହିଛି । ୪ ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ ୨୫% ପର୍ୟ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ ।