ଅଧିକ ପଢନ୍ତୁ ଭାରତ ଖବର
ଇଣ୍ଟରବ୍ରାଣ୍ଡ୍ ର ଏହି ତାଲିକାରେ ରିଲାଏନ୍ସ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜିଓ ପଞ୍ଚମ ସ୍ଥାନ ହାସଲ କରିଛି । ରିଲାଏନ୍ସର ବ୍ରାଣ୍ଡ୍ ମୂଲ୍ୟ ୬୫,୩୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଓର ବ୍ରାଣ୍ଡ୍ ମୂଲ୍ୟ ୪୯,୦୨୭ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ତାହା ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଜିଓ ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଛି । ଜିଓଠାରୁ ଗୋଟିଏ ପାହାଚ ତଳେ ଷଷ୍ଠ ସ୍ଥାନରେ ଏୟାରଟେଲ୍ ରହିଛି । ଆଇଟି କଂପାନି ଇନ୍ଫୋସିସ୍ ୫୩,୩୨୩ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ତାଲିକାର ତୃତୀୟ ସ୍ଥାନରେ ଥିବା ବେଳେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚ୍ଡିଏଫ୍ସି ୫୦,୯୨୧ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ଚତୁର୍ଥ ସ୍ଥାନରେ ରହିଛି ।
ଇଣ୍ଟରବ୍ରାଣ୍ଡ୍ ତଥ୍ୟରୁ ଜଣାପଡ଼ିଛି ଯେ ଶ୍ରେଷ୍ଠ ୫୦ ବ୍ରାଣ୍ଡ୍ ର ମୋଟ ବ୍ରାଣ୍ଡ୍ ମୂଲ୍ୟ ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାରରୁ ଅଧିକ ହୋଇଛି । ଶୀର୍ଷ ତିନିଟି ସ୍ଥାନରେ ଥିବା ବ୍ରାଣ୍ଡ୍ ଟିସିଏସ୍, ରିଲାଏନ୍ସ ଓ ଇନ୍ଫୋସିସ୍ର ମୋଟ ବ୍ରାଣ୍ଡ୍ ମୂଲ୍ୟ ତାଲିକାରେ ପ୍ରଥମ ଥର ସାମିଲ ହୋଇଥିବା ୧୦ କଂପାନିର ମୋଟ ବ୍ରାଣ୍ଡ୍ ମୂଲ୍ୟର ୪୬ ପ୍ରତିଶତ । ତାଲିକାରେ ସାମିଲ ଶୀର୍ଷ ୧୦ଟି କଂପାନିର ମୋଟ ବ୍ରାଣ୍ଡ୍ ମୂଲ୍ୟ ତାଲିକାର ଅନ୍ୟ ୪୦ଟି ସଂସ୍ଥାର ମୋଟ ବ୍ରାଣ୍ଡ୍ ମୂଲ୍ୟଠାରୁ ଅଧିକ ରହିଛି ।
ଇଣ୍ଟରବ୍ରାଣ୍ଡ୍ ର ସବୁଠୁ ମୂଲ୍ୟବାନ ଭାରତୀୟ ବ୍ରାଣ୍ଡ୍ ତାଲିକାର ଶୀର୍ଷ ୧୦ ସ୍ଥାନ ମଧ୍ୟରେ ଏଲ୍ଆଇସି, ମହିନ୍ଦ୍ରା, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କର ନାମ ମଧ୍ୟ ରହିଛି । ଏହା ବ୍ୟତୀତ ଟାଟା, ଆଦାନି, ମାରୁତି ସୁଜୁକି, ଆଇଟିସି, ବଜାଜ ଅଟୋ, ଅମୂଲ, ଡାବର, ପତଞ୍ଜଳି ଓ ବ୍ରିଟାନିଆ ଭଳି ବ୍ରାଣ୍ଡ୍ ମଧ୍ୟ ଶୀର୍ଷ ୫୦ ତାଲିକାରେ ସ୍ଥାନ ପାଇଛନ୍ତି ।