ସେହିପରି ୟୁକ୍ରାନରେ ମଧ୍ୟ ସେହି ସମାନ ସଂଖ୍ୟକ ସୈନିକ ମୃତାହତ ହୋଇଛନ୍ତି। ଆମେରିକାର ଜଣେ ସେନାଧ୍ୟକଙ୍କ କହିବାନୁଯାୟୀ, ୟୁକ୍ରେନ ଯୁଦ୍ଧରେ ପ୍ରାୟ ଏକ ଲକ୍ଷ ରୁ ଅଧିକ ରୁଷସେନା କର୍ମଚାରୀ ମୃତ୍ୟବରଣ କରିଛନ୍ତି ଆଉ ଆହତ ମଧ୍ୟ ହୋଇଛନ୍ତି। ସେହିପରି ପ୍ରାୟ ସମାନ ସଂଖ୍ୟକ ୟୁକ୍ରେନ ସୈନିକ ମଧ୍ୟ ମୃତାହତ ହୋଇଛନ୍ତି। ତେବେ ୯ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ଉଭୟ ଦେଶରୁ ଅନେକ ମୃତ୍ୟୁ ବରଣ କରିବା ସହ ଅନେକ ଆହତ ହୋଇଛନ୍ତି।
ତଥାପି ଦୁଇ ଦେଶ ନ ଚେତି ଦିନକୁ ଦିନ ଅଧିକ ଭୟଙ୍କର ହୋଇ ଯୁଦ୍ଧ କରିଚାଲିଛନ୍ତି। ପରସ୍ପର ମଧ୍ୟରେ ଭୟାନକ ଆକ୍ରମଣ କରିଚାଲିଛନ୍ତି। କେହି ପଛଘୁଞ୍ଚା ଦେବାକୁ ନାରାଜ। ଏଭଳି ସ୍ଥିରେ ଏ ଦୁଇ ଦେଶ ପାଇଁ ବିଶ୍ୱ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛି।
ତେବେ ଏହି ଯୁଦ୍ଧରେ କେହି ଜିତିବେ ନାହିଁ। କାରଣ ଉଭୟ ଉଭୟକୁ ମୁହଁ ତୋଡ ଜବାବ୍ ଦେବାରେ ଲାଗିଛନ୍ତି। ଏ ଯୁଦ୍ଧରେ ଖାଲି ଅର୍ଥହାନି ପ୍ରାଣ ପିଡା ଯାହା ଭୋଗିବାକୁ ପଡୁଛି। ତେଣୁ ଯୁଦ୍ଧ ବନ୍ଦ କରିବା ପାଇଁ ଦୁଇ ଦେଶ ଆଲୋଚନା ବୈଠକକୁ ଆସିବା ଦରକାର ବୋଲି କୁହାଯାଉଛି। ନହେଲେଏହିପରି ଭାବେ ଅନେକ ପରିବାର ମୁରବି ସୁନ୍ୟ ହୋଇଯିବ।
ବିଦେଶ ଖବର ଆହୁରି ପଢନ୍ତୁ ।