ଏବେ ଚୀନ ଓ ତାଇଓ୍ବାନ ମଧ୍ୟରେ ଲାଗିରହିଛି ଉତ୍ତେଜନା । ଚୀନ ତାଇୱାନ୍କୁ ଧମକ ଦେଉଥିବାରୁ ତାଇୱାନ୍ ସେମିକଣ୍ଡରକ୍ଟର ଉତ୍ପାଦନ ପାଇଁ ଆଉ ଏକ ସୁରକ୍ଷିତ ସ୍ଥାନ ଖୋଜୁଛି । ଏଥିପାଇଁ ବନ୍ଧୁ ରାଷ୍ଟ୍ର ଭାରତ ତା ପାଇଁ ପାଲଟିଛି ସୁରକ୍ଷିତ ସ୍ଥାନ । ଏନେଇ ତାଇଓ୍ବାନର କେତେକ କମ୍ପାନୀ ଭାରତୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିବାର ଜଣାପଡ଼ିଛି । ଯଦି ଏପରି ହୁଏ ତେବେ ସେମିକଣ୍ଡକ୍ଟର ପାଇଁ ଭାରତକୁ ଆଉ ଚୀନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଏପଟେ ତାଇୱାନ୍ ବି ଚୀନ ପ୍ରଭାବ କମାଇବାକୁ ଭାରତର ସହଯୋଗ ଚାହୁଁଛି। ଏ ବିଷୟରେ ସୂଚନା ଦେଇଛି ତାଇୱାନର ସବୁଠାରୁ ବଡ଼ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ମକ୍ରୋନିକ୍ସ ଇଣ୍ଟରନ୍ୟାସ୍ନାଲ । ବିଶ୍ୱର ବୈଦୁତିକ ସାମଗ୍ରୀରେ ୯୦ ପ୍ରତିଶତ ତାଇୱାନ ସେମିକଣ୍ଡକ୍ଟର ବ୍ୟବହାର ହୋଇଥାଏ ।
ବିଦେଶ ଖବର ଆହୁରି ପଢନ୍ତୁ ।