ବିକାଶ, ଶାନ୍ତି ଓ ଯୁବପିଢିଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନକ୍ସଲବାଦ ବଡ ସମସ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶରୁ ମାଓ ସମସ୍ୟା ମୁକ୍ତ କରିବାକୁ ଚାଲିଛି ଅଭିଯାନ । ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ସୁରକ୍ଷା କର୍ମୀଙ୍କ ପ୍ରୟାସ ଯୋଗୁଁ ମାଓ ସମସ୍ୟା ଛୋଟ ଅଂଚଳରେ ସୀମିତ ରହିଛି। ଖୁବଶୀଘ୍ର ଛତିଶଗଡ ସହ ସାରା ଦେଶ ମାଓ ସମସ୍ୟାରୁ ମୁକ୍ତ ହେବ ବୋଲି ଅମିତ ଶାହ ଦୃଢୋକ୍ତି କରିଛନ୍ତି । ସେପଟେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ମିଶିବାକୁ ଲାଲବାହିନୀଙ୍କୁ ଆହ୍ବାନ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର