ଅର୍ଗସ ବ୍ୟୁରୋ : ଏଲପିଜି ଗ୍ରାହକଙ୍କ ପାଇଁ ବଡ ଖବର । ଏବେ ଗ୍ରାହକ ନିଷ୍ପତ୍ତି ନେବେ ସେ କେଉଁ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଏଲପିଜି ରି-ଫିଲ କରାଇବେ । କେନ୍ଦ୍ରର ମୋଦି ସରକାର ଏଲପିଜି ଗ୍ରାହକଙ୍କୁ ବଡ ଆଶ୍ବସ୍ତି ପ୍ରଦାନ କରି ଏହି ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚଣ୍ଡିଗଡ,କଏମ୍ବଟୁର, ଗୁରଗାଁଓ, ପୁଣେ ଏବଂ ରାଞ୍ଚିରେ ଏହି ଯୋଜନା ଆରମ୍ଭ ହେବ। ଏହାପରେ ଦେଶର ଅନ୍ୟ ସବୁ ସ୍ଥାନରେ ଏହି ଯୋଜନା ଖୁବଶୀଘ୍ର ଆରମ୍ଭ କରାଯିବ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଯୋଜନାରେ ଏସପିଜି ଗ୍ରାହକଙ୍କୁ ଡ୍ରିଷ୍ଟ୍ରିବ୍ୟୁଟର ଚୟନ କରିବା ପୂର୍ବରୁ ସେମାନଙ୍କ ରେଟିଂ ଦେଖିବାର ବିକଳ୍ପ ମିଳିବ । ଏଲପିଜି ରି-ଫିଲିଂ କରିବା ସମୟରେ ଏହି ବିକଳ୍ପ ଗ୍ରାହକଙ୍କୁ ମିଳିବ। ଏହାଦ୍ବାରା ଗ୍ରାହକମାନେ ନିଜ ପାଇଁ ଭଲ ଯୋଗାଣକାରୀ ସଂସ୍ଥା ଚୟନ କରିପାରିବେ। ଏହାଦ୍ବାରା ଯୋଗାଣକାରୀ ସଂସ୍ଥା ଗୁଡିକ ମଧ୍ୟରେ ଭଲ ସେବା ଯୋଗାଇବା ନେଇ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ଯାହାର ସିଧା ଲାଭ ଗ୍ରାହକଙ୍କୁ ମିଳିବ।