ସେ କହିଛନ୍ତି ଯେ ଯେକୌଣସି ପ୍ରକାରେ ଏହି ଟୁକଡେ-ଟୁକଡେ ଗ୍ୟାଙ୍ଗ ସଦସ୍ୟଙ୍କ ଠାରୁ କୌଣସି ଭଲ ଆଶା ନାହିଁ, ଯାହାର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତର ଶକ୍ତିକୁ ଦୁର୍ବଳ କରିବା । “ସଂଖ୍ୟାଲଘୁ, କିମ୍ବା ବରଂ ଭାରତର ପ୍ରତ୍ୟେକ ସମ୍ପ୍ରଦାୟ ସକରାତ୍ମକ ଭାବରେ ଗତି କରୁଛନ୍ତି । ଭାରତ ଭିତରେ କିମ୍ବା ବାହାରେ କରାଯାଇଥିବା ହାନୀକାରକ ଅଭିଯାନ ଭାରତର ଭାବମୂର୍ତ୍ତିକୁ କଳଙ୍କିତ କରିପାରିବ ନାହିଁ । ବ୍ରିଟେନର ସରକାରୀ ଗଣମାଧ୍ୟମ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ଦ୍ୱାରା ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି ।
ଏଥିରେ ୨୦୦୨ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକା ଉପରେ ପ୍ରଶ୍ନଚିହ୍ନ ଲଗାଯାଇଛି । ଏହାକୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ “ଏକ ପ୍ରୋପାଗେଣ୍ଡା ବା ମିଥ୍ୟାପ୍ରଚାରର ଏକ ଅଂଶ” ଭାବରେ ବର୍ଣ୍ଣନା କରିଥିଲା ଓ ଏହା ଉପନିବେଶବାଦୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ବୋଲି କୁହାଯାଇଥିଲା ।
ଭାରତ ଖବର ଆହୁରି ପଢନ୍ତୁ