ଥମ୍ବରେ ଦୃଶ୍ୟମାନ ହେଉଥିବା ବ୍ୟକ୍ତି ଆପଣଙ୍କୁ ଟିକେ ପରିଚିତ ଲାଗିପାରନ୍ତି। ପାଠକବନ୍ଧୁ ଇଏ ହେଉଛନ୍ତି ଭଦ୍ରକ ଜିଲ୍ଲା ସୁଗୋର ସେଇ ବ୍ୟକ୍ତି ଯିଏ ଦିନକ ତଳେ ଟ୍ରେନ ଟ୍ରାଜିଡିର ଶିକାର ହୋଇଥିଲେ। ଶବମାନଙ୍କ ଗଦା ଭିତରୁ ଖୋଜୁଥିଲେ, ନିଜ ମୃତ ପୁଅକୁ। ଖଣ୍ଡି ହିନ୍ଦିରେ ତାଙ୍କ ସମ୍ଭାଷଣର ନିର୍ଯାସ ଥିଲା, ମୋ ପୁଅକୁ ମୁଁ ପାଉନି ଆଜ୍ଞା....
ଏ ଫଟୋ ଆଉ ଆଧାରକାର୍ଡଟି ସେଇ ଯୁବକଙ୍କର ଯାହାଙ୍କ ବାପା ଆଉ ଯାହାଙ୍କ ପତ୍ନୀଙ୍କୁ ଆପଣ ଦେଖିଲେ। ୨ ଦିନ ତଳେ ହୋଇଥିବା କରମଣ୍ଡଳ ଦୁର୍ଘଟଣାର ଶିକାର ହୋଇଥିବା ଏ ଯୁବକ ହେଉଛନ୍ତି ବାସୁଦେବପୁର ବ୍ଲକ ସୁଗୋ ଗାଁର ଗୋବିନ୍ଦ ସାହୁ । କଲିକତାରେ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲା । ହଠାତ ୨ ତାରିଖ ସକାଳେ ଗୋବିନ୍ଦଙ୍କ ଦେଢ଼ ମାସର କୁନି ଝିଅର ଦେହ ଖରାପ ହୁଏ। ପରିବାର ଲୋକ ଫୋନ କରି ଗୋବିନ୍ଦଙ୍କୁ ଖବର ଦିଅନ୍ତି। ଜାଣିବା ପରେ ଗୋବିନ୍ଦ କରମଣ୍ଡଳ ଏକ୍ସପ୍ରେସରେ ଘରକୁ ଫେରୁଥିଲେ । କିନ୍ତୁ ଦୁଭାଗ୍ୟ ରୋଗୀଣା ଝିଅକୁ ଦେଖିବା କି ଡାକ୍ତରଖାନା ନେବା ତ ଦୂରର କଥା, ଘରକୁ ଫେରି ପାରି ନ ଥିଲେ ଗୋବିନ୍ଦ। ମଝି ରାସ୍ତାରେ ମୃତ୍ୟୁର ଫାଶ ତାଙ୍କୁ କବଳିତ କଲା । ଲୌହ ଦାନବର ରକ୍ତ ଭୋଜିରେ ସେ କାଳର ଆହାର ପାଲଟିଗଲେ ନିମିଶମ ଭିତରେ।
ଖବର ପହଞ୍ଚିବା ପରେ ପରିବାର ଲୋକ ନିର୍ବାକ ହେଇଗଲେ, ବୁଢା ବାପା ବାହାନଗା ସ୍କୁଲ ପରିସରରେ ମୃତ ଶବଗଦା ଭିତରୁ ମଲା ପୁଅର ନିଥର ଦେହକୁ ଖୋଜିଲା। ଲୁହ ଲହୁ ଏକାଠି କରି କାନ୍ଦିଲା। ଜୀବନର ଏମିତି ଦୋଛକି ଭଗବାନ କରନ୍ତୁ କେହି କେବେ ନ ଦେଖୁ। ଯିଏ ଗଲା ସିଏ ଗଲା। କିନ୍ତୁ ଏଠି ଛାଡି ଯାଉଥିବା ତା ସଂସାର, କଅଁଳା ଝିଅ, ବିଧବା ପତ୍ନୀ ଆଉ ବୃଦ୍ଧ ବାପା-ମା' କରିବେ କ'ଣ ? କେମିତି ସେମାନେ ଏ ଦୁସ୍ଥିତି ଭିତରେ ଜୀବନ ବଞ୍ଚିବେ ତାହା ଏକ ବିଚିତ୍ର ପ୍ରଶ୍ବବାଚୀ।